Art: ଲୁପ୍ତପ୍ରାୟ କଳାର ଅନନ୍ୟ ସନ୍ଧ୍ୟା: ‘ଲୋକ ରଞ୍ଜନୀ-ଆମ କଳା, ଆମ ଅସ୍ମିତା’
"ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଲୋକକଳା ମହୋତ୍ସବ "ଲୋକ ରଞ୍ଜନୀ- ଆମ କଳା, ଆମ ଅସ୍ମିତା" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୩୦ଟି ଲୁପ୍ତପ୍ରାୟ ଲୋକକଳା, ଯଥା: ଘୋଡ଼ାନାଚ, ରଣପା, ଢୁମ୍ପା ସଙ୍ଗୀତ, ବାଥୁଡ଼ି, ଛଉ ନୃତ୍ୟ, ପତରସଉରା ଦଣ୍ଡ, କୃଷ୍ଣଲୀଳା, ଗୀତକୁଡ଼ିଆ, ଯୋଡ଼ିନାଗରା, ସଂଚାର, ସଖୀନାଟ, କେନ୍ଦରା ଗୀତ, ବଡ଼ ଘୁମୁରା, ମାହାରୀ, କରମସାନୀ, ଓଷାକୋଠି, ଭାରତଲୀଳା, ଦେଶିଆ ନାଟ, ସିଂହବାଜା, ମଣିଷ ବାଘ, ଖଞ୍ଜଣି, ଘୁଡୁକୀ, ରାମଲୀଳା, ଢଣକୋଇଲା, ଚଢ଼େଇ ନାଚ, ରାଧା ପ୍ରେମଲୀଳା, ସାହିଯାତ, ଝୁମର, କୃଷ୍ଣଗୁରୁ, ଲଙ୍କାପୋଡ଼ି ଆଦିକୁ ପ୍ରଦର୍ଶିତ କରାଯିବା ସହ ଏକାଡେମୀ ତରଫରୁ ଡକୁମେଣ୍ଟେସନ କାର୍ଯ୍ୟ ମଧ୍ୟ କରାଯାଇଛି।Advertisment Horoscope 2026 October 03: ଜାଣନ୍ତୁ ଆଜିର ରାଶିଫଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ଆମ ଲୋକକଳା ହେଉଛି ଆମ ଗର୍ବ ଓ ଗୌରବ।
ସାମ୍ପ୍ରତିକ ସମୟରେ ଆମ ଲୋକକଳାର ସଂରକ୍ଷଣ କରିବା ସହ ଏହାର ପ୍ରଚାର ଓ ପ୍ରସାର କରିବାରେ ସମସ୍ତ କଳାକାରମାନଙ୍କ ଭୂମିକା ପ୍ରଶଂସନୀୟ।
ଆଗକୁ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ଉତ୍ତରପିଢ଼ି ପାଖରେ ପହଞ୍ଚାଇବା ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଲୋକକଳା ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସମସ୍ତ କଳାକାରମାନେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ।
ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକକଳା ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଦେବଯାନୀ ଭୂୟାଁ, ସଂସ୍କୃତି ଗବେଷକ ନିରଞ୍ଜନ ପଣ୍ଡା, ଜ୍ୟୋତିର୍ମୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍ ସୂଚନାଯୋଗ୍ୟ ଯେ, ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର, ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନିରନ୍ତର କାର୍ଯ୍ୟ କରାଯାଉଛି।
ରାଜ୍ୟବ୍ୟାପୀ ଲୋକନାଟକ, ଲୋକସଙ୍ଗୀତ, ଲୋକନୃତ୍ୟ, ଲୋକବାଦ୍ୟ ଆଦି କାର୍ଯ୍ୟକ୍ରମର ଆୟୋଜନ, ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ହଜି ଯାଉଥିବା ଲୋକକଳାର ପୁନରୁଦ୍ଧାର ପାଇଁ ଯୁବପିଢ଼ିଙ୍କୁ ଶିକ୍ଷା ପ୍ରଦାନ କରିବା, କଳାକାର ଗୌରବ ନିଧି ଓ ଲୋକରଞ୍ଜନୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକକଳାର ସଂରକ୍ଷଣ କରିବା ଆଦି କାର୍ଯ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ କରାଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।