Gen-Z entrepreneurs: ଜେନ୍-ଜି ଉଦ୍ୟୋଗୀଙ୍କ ଅଭିନବ କାର୍ଯ୍ୟ ସଂସ୍କୃତି
"ଆଜିକାଲିର କର୍ପୋରେଟ୍ ଦୁନିଆରେ କାମର ଚାପ, ଧାଁ ଧଉଡ଼ ଓ ମାନସିକ ଚାପକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଜଣେ ୨୫ ବର୍ଷୀୟ ଜେନ୍-ଜି ଉଦ୍ୟୋଗୀ ନିଜ କମ୍ପାନିରେ ଏକ ଅଭିନବ କାର୍ଯ୍ୟ ସଂସ୍କୃତି ଆରମ୍ଭ କରିଛନ୍ତି।
ତାଙ୍କର ଏହି ପଦକ୍ଷେପ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚଣ୍ଡୀଗଡ଼ର ଏହି ଯୁବକ ହେଉଛନ୍ତି ପ୍ରଥମ ଜିନ୍ଦଲ।
ପ୍ରଥମ ତାଙ୍କ ଷ୍ଟାର୍ଟଅପ୍ କମ୍ପାନି "ପ୍ରାପର୍" ପାଇଁ ଏଭଳି କିଛି ନିୟମ ପ୍ରସ୍ତୁତ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି।Advertisment Dr Ashutosh Mahapatra: ନୋବେଲ୍ ବିଜେତାଙ୍କ ସହ ଡ.
ମହାପାତ୍ରଙ୍କ ଆଲୋଚନା ୨୫ ବର୍ଷୀୟ ଷ୍ଟାର୍ଟଅପ୍ ଉଦ୍ୟୋଗୀ ପ୍ରଥମ ଜିନ୍ଦଲ ନିଜ କମ୍ପାନିର କର୍ମଚାରୀଙ୍କୁ ଯେଉଁ ପରିବେଶରେ କାର୍ଯ୍ୟ କରାଉଛନ୍ତି ତାହା ଅନେକଙ୍କୁ ଅବିଶ୍ବସନୀୟ ମନେ ହୋଇପାରେ।
ତେବେ ଏହା କାର୍ଯ୍ୟାଳୟର ପରିବେଶକୁ ହାଲୁକା ଓ ବନ୍ଧୁତ୍ବପୂର୍ଣ୍ଣ ରଖିବାର ନୂଆ ଉଦାହରଣ ସୃଷ୍ଟି କରିଛି ପ୍ରଥମଙ୍କ ନିୟମ ଅନୁଯାୟୀ, ଯଦି କୌଣସି କର୍ମଚାରୀ ତାଙ୍କ ଛୁଟିଦିନରେ ଆସି କାମ କରନ୍ତି, ତେବେ ତାଙ୍କୁ ସେହି ଦିନ ପାଇଁ ଦୁଇଗୁଣା ଅଧିକ ଦରମା ଦିଆଯିବ।
କେବଳ ସେତିକି ନୁହେଁ, କାର୍ଯ୍ୟାଳୟର ପରିବେଶକୁ ହାଲୁକା ଓ ବନ୍ଧୁତ୍ୱପୂର୍ଣ୍ଣ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ନିଜର "ରୋଷ୍ଟିଂ" କରିବା ବା ମଜା ଉଡ଼ାଇବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରନ୍ତି।
ପ୍ରତିମାସ ସେ କର୍ମଚାରୀଙ୍କ ସହ ପାର୍ଟି ତଥା ଭୋଜିଭାତ କରିବା ସାଙ୍ଗକୁ ସେମାନଙ୍କ ସହିତ କମ୍ପାନିର ଆୟ ଓ ଲାଭକ୍ଷତିର ସମସ୍ତ ହିସାବ ନେଇ ସ୍ପଷ୍ଟ ଭାବେ ଆଲୋଚନା ବି କରନ୍ତି।
କେବଳ ଏତିକି ନୁହେଁ, ଯଦି କୌଣସି କ୍ଲାଏଣ୍ଟ ବା ଗ୍ରାହକ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରନ୍ତି, ତେବେ ପ୍ରଥମ ସେଭଳି ଗ୍ରାହକଙ୍କ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ କରିବାକୁ ବି ପଛାନ୍ତି ନାହିଁ।
Zoo: ବନ୍ୟପ୍ରାଣୀଙ୍କ ସେଫ୍ ଜୋନ୍ ପାପାଡାହାଣ୍ଡି ମୃଗ ବିହାର ସୋସିଆଲ୍ ମିଡିଆରେ ଏହି ଖବରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।
ଅନେକ ଏହାକୁ ଏକ ପ୍ରଗତିଶୀଳ ଓ କର୍ମଚାରୀ-ଅନୁକୂଳ ପଦକ୍ଷେପ କହି ପ୍ରଶଂସା କରୁଥିବାବେଳେ, କେତେକ ବ୍ୟାବସାୟିକ ବିଶେଷଜ୍ଞ ଏହାର ଦୀର୍ଘସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।
ତେବେ ପାରମ୍ପରିକ ଅଫିସ୍ ମାନସିକତାକୁ ବଦଳାଇବାରେ ଯୁବ ଉଦ୍ୟୋଗୀ ପ୍ରଥମଙ୍କ ପ୍ରୟାସ ନିଶ୍ଚିତ ଏକ ନୂଆ ଦିଗ ଦେଖାଇଛି, ତାହା ସ୍ବୀକାର କରିବାକୁ ପଡ଼ିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।