Asia Cup: ଭାରତକୁ ଅଷ୍ଟମ ଥର ଏସିଆ କପ୍‌: ନକ୍‌ଭୀଙ୍କ ହାତରୁ କପ୍‌ ନେଲେନି

Sep 14, 2026 - 05:02
Asia Cup: ଭାରତକୁ ଅଷ୍ଟମ ଥର ଏସିଆ କପ୍‌: ନକ୍‌ଭୀଙ୍କ ହାତରୁ କପ୍‌ ନେଲେନି

"ଦୁବାଇ: ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍‌ କ୍ରିକେଟ୍‌ ଟ୍ରଫି ଜିତିଛି ଭାରତୀୟ ଦଳ।

ରବିବାର ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌କୁ ଅତି ସହଜରେ ୭୨ ରନ୍‌ରେ ଜିତି ହର୍ମନପ୍ରୀତ୍ କୌରଙ୍କ ଦଳ ଏହି ଗୌରବ ଅର୍ଜନ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୮୩ ରନ୍‌ ସଂଗ୍ରହ କରିଥିଲା।

ପ୍ରାରମ୍ଭିକ ଯୋଡ଼ି ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୱିକେଟ୍‌ ପାଇଁ ୧୨.୫ ଓଭରରେ ୧୨୯ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ।

ଶେଫାଳି ୩୯ ବଲ୍‌ରୁ ୬୮ ରନ୍‌ (୯ ଚୌକା, ୨ ଛକା) ଏବଂ ସ୍ମୃତି ୩୯ ବଲ୍‌ରୁ ୫୯ ରନ୍‌ (୫ ଚୌକା, ୫ ଛକା) କରି ଆଉଟ୍‌ ହୋଇଥିଲେ।

ଏମାନଙ୍କ ପରେ ହର୍ମନପ୍ରୀତ୍‌ କୌର୍‌ (୧୪), ରିଚା ‌ଘୋଷ (୧୭) ଏବଂ ପ୍ରତୀକା ରାୱଲଙ୍କ ବଦଳରେ ଖେଳିଥିବା ଗୁନଲନ କମଳିନୀ (୫ ବଲ୍‌ରୁ ୧୫* ରନ୍) କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ମିତାଲି ଅଯୋଧ୍ୟା, ଚମାରି ଆଟାପାଟ୍ଟୁ, ଚାମୁଡ଼ି ପ୍ରବୋଧା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଶ୍ରୀଲଙ୍କା ସମାନ ୨୦ ଓଭର ଖେଳି ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଅଧିନାୟିକା ଚମାରି ଆଟାପାଟ୍ଟୁ ସର୍ବାଧିକ ୩୬ ରନ୍‌ କରିଥିଲେ।

ଭାରତ ପକ୍ଷରୁ ଶ୍ରୀ ଚାରଣୀ ସର୍ବାଧିକ ୪ ୱିକେଟ୍‌ ଏବଂ ଦୀପ୍ତି ଶର୍ମା ୩ ୱିକେଟ୍‌ ନେଇଥିଲେ।

କ୍ରାନ୍ତି‌ ଗୌଡ଼, ଶେଫାଳି ବର୍ମା, ପ୍ରେମା ରାୱତ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।Advertisment Successful conclusion: ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ସମାପ୍ତି: ଗୃହୀତ ହେଲା ସଂକଳ୍ପ, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ଭଳି ମହିଳା କ୍ରିକେଟ୍‌ ଦଳ ମଧ୍ୟ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ତଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୁଖ୍ୟ ମୋହସିନ ନକ୍‌ଭୀଙ୍କ ହାତରୁ କପ୍‌ ନେଇ ନାହାନ୍ତି।

ତେବେ ପୁରୁଷଙ୍କ ଏସିଆ କପ୍‌ ଫାଇନାଲ୍‌ ପରେ ନକ୍‌ଭି ଟ୍ରଫି ନେଇ ଚାଲିଯିବାର ନାଟକଠାରୁ ଦୂରେଇ ରହିଛନ୍ତି।

ସେ ଉପବିଜେତା ଶ୍ରୀଲଙ୍କାକୁ ଚେକ୍‌ ପ୍ରଦାନ କରିବା ପରେ ପୁରସ୍କାର ବିତରଣୀ ଉତ୍ସବର ସମାପନ ହୋଇଥିଲା।

ହର୍ମନପ୍ରୀତ କୌରଙ୍କ ଦଳ ବିଜେତା ହୋଇଥିଲେ ମଧ୍ୟ ଭାରତର ନକ୍‌ଭୀଙ୍କୁ ବର୍ଜନ କରିବାର ଅଭିମୁଖ୍ୟକୁ ଅବ୍ୟାହତ ରଖି ତାଙ୍କ ହାତରୁ କପ୍‌ କିମ୍ବା ମେଡାଲ ନେବାକୁ ଆସି ନଥିଲା।

ତେବେ ଚମତ୍କାର ଫିଲ୍‌ଡିଂ ପାଇଁ ନନ୍ଦିନୀ ଶର୍ମା, ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କଠାରୁ ମେଡାଲ ଗ୍ରହଣ କରିଥିଲେ।

Encounter in Sambalpur: ସମ୍ବଲପୁରରେ ଏନ୍‌କାଉଣ୍ଟର: ପୁଲିସ ଗୁଳିରେ କୁଖ୍ୟାତ ଇରଫାନ ଆହତ, ୨ ସହଯୋଗୀ ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।