"Tight Security Arrangements for Xi Jinping": ଜିନପିଙ୍ଗଙ୍କୁ ଜଗିବେ ୧୫ ହଜାର ପୁଲିସକର୍ମୀ
"ଭାରତରେ ପହଞ୍ଚିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ।
ଦିଲ୍ଲୀରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଆସିଛନ୍ତି ।
ପ୍ରାୟ ୭ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ ।
ତେବେ ସେ ଏକା ନୁହେଁ ତାଙ୍କ ସହ ୬୭ ଜଣିଆ ପ୍ରତିନିଧି ଦଳ ମଧ୍ୟ ଭାରତରେ ପହଞ୍ଚିଛି ।
ଏହି ଦଳରେ ବରିଷ୍ଠ ରାଜନୈତିକ ଅଧିକାରୀ, କୂଟନୀତିଜ୍ଞ, ସୁରକ୍ଷା ଅଧିକାରୀ ଏବଂ ଡାକ୍ତରୀ କର୍ମଚାରୀ ସାମିଲ ଅଛନ୍ତି ।
ସେପଟେ ଜିନପିଙ୍ଗଙ୍କ ଆଗମନକୁ ନେଇ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଜିନପିଙ୍ଗ ଯେଉଁ ହୋଟେଲରେ ରହିବେ ସେଠାରେ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ହୋଟେଲ ଓ ଏହାର ଆଖପାଖ ଅଞ୍ଚଳ ସହ ଭୂତଳ ପାଇପଲାଇନ ନେଟୱାର୍କର ମଧ୍ୟ ଯାଞ୍ଚ କରାଯାଇଛି ।
ତେବେ ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ଆଉ କେଉଁ କେଉଁ ବ୍ୟବସ୍ଥା କରାଯାଇଛି ଆସନ୍ତୁ ଜାଣିବା ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।