Asian Games: ଏସୀୟ କ୍ରୀଡ଼ା: ଖାଲି ହାତରେ ଫେରିଲେ ମନୁ

Sep 28, 2026 - 12:12
Asian Games: ଏସୀୟ କ୍ରୀଡ଼ା: ଖାଲି ହାତରେ ଫେରିଲେ ମନୁ

"ନାଗୋୟା: ଦୁଇ ଥରର ଅଲିମ୍ପିକ ପଦକ ବିଜୟିନୀ ମନୁ ଭାକର ଏଥର ଏସୀୟ କ୍ରୀଡ଼ାରେ ନିରାଶ କରିଛନ୍ତି।

ସେ ଗୋଟିଏ ବି ପଦକ ଜିତିବାରେ ସକ୍ଷମ ହୋଇପାରି ନାହାନ୍ତି।

ସୋମବାର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ଫାଇନାଲକୁ ଯୋଗ୍ୟତା ହାସଲ କରିପାରିନଥିଲେ।

ଏହି ଇଭେଣ୍ଟରେ ମନୁ ଭାକର ମୋଟ ୫୭୯ ସ୍କୋର କରି ୧୧ତମ ସ୍ଥାନରେ ରହିଥିଲେ।Advertisment ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ ଏହା ପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ ଏବଂ ପଞ୍ଚମ ସ୍ଥାନରେ ରହିଥିଲେ।

ଦଳଗତ ଇଭେଣ୍ଟରେ ମଧ୍ୟ ଭାରତ ପଦକ ଦୌଡ଼ରେ ଥିଲା।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୟରେ ରାହି ସର୍ଣ୍ଣୋବତ୍‌ଙ୍କ ଏକ ଖରାପ ସଟ୍ ଭାରତର ପଦକ ଆଶାକୁ ଧକ୍କା ଦେଇଥିଲା।

ପ୍ରତି ସିରିଜ୍‌ରେ ୫ଟି ଲେଖାଏଁ ସଟ୍ ଥିବା ବେଳେ ଚତୁର୍ଥ ସିରିଜ୍‌ରେ ରାହି ମାତ୍ର ୩୯ ସ୍କୋର କରିଥିଲେ।

ଏହାର ପ୍ରଭାବରେ ପଦକ ଦୌଡ଼ରୁ ଭାରତ ବାଦ୍ ପଡ଼ିଥିଲା।

ରାହି ବ୍ୟକ୍ତିଗତ ଭାବେ ୫୬୮ ସ୍କୋର ସହ ୩୦ତମ ସ୍ଥାନରେ ରହିଛନ୍ତି।

Asian Games: ଡେକାଥଲନ୍‌ରେ ତେଜସ୍ୱିନ ଶଙ୍କରଙ୍କୁ କାଂସ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।