କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

Sep 28, 2026 - 12:07
କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ ୍‌ଆସିବା ବନ୍ଦ ହୋଇଛି। ବସ୍‌ଗୁଡ଼ିକ ଚକାପାଦ ଦେଇ କନ୍ଧମାଳ ଜିଲାକୁ ଆସୁଥିବାରୁ ୫୦ କିମି ଅଧିକ ପଡ଼ୁଛି। ଫଳରେ ଅନେକ ଯାତ୍ରୀବାହୀ ବସ୍‌ ରାଇକିଆ, ଜି.ଉଦୟଗିରି ଅଞ୍ଚଳକୁ ଆସୁନାହିଁ । ଏଥି ଯୋଗୁ ବ୍ରହ୍ମପୁର, ଭଞ୍ଜନଗର, ଆସିକା ଅଞ୍ଚଳକୁ ଯିବା ପାଇଁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ପନିପରିବା, ଜରୁରୀ ସାମଗ୍ରୀ ବୋଝେଇ ଟ୍ରକ୍‌, ମିନିଟ୍ରକ୍‌ ମଧ୍ୟ ଅନ୍ୟ ରାସ୍ତାରେ ଆସୁଥିବାରୁ ଭଡ଼ା ବଢ଼ିବା ସହ ସାମଗ୍ରୀ ଦର୍‌ ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେଉଛି। ଫଳରେ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଗତବର୍ଷ ରାସ୍ତା ଧୋଇ ଯାଇ ଯାତାୟାତ ବନ୍ଦ ଯୋଗୁ ସମାନ ପରିସ୍ଥିତି ଉପୁଜି ଥିବାବେଳେ ଚଳିତ ବର୍ଷ ଏହି ସମସ୍ୟା ଦ୍ୱିଗୁଣିତ ହୋଇଛି। ଘାଟି ରାସ୍ତାରେ ଯାନବାହନ ଚଳାଚଳ କେବେ ସ୍ବାଭାବିକ ହେବ ତାହା ଅନିଶ୍ଚିତତା ମଧ୍ୟରେ ଥିବାବେଳେ ଏହା ଜିଲାବାସୀଙ୍କ ଚିନ୍ତା ବଢ଼ାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।