Asian Games 2026: ତୀରନ୍ଦାଜିରୁ ଭାରତକୁ ଆସିଲା ୨ ସ୍ବର୍ଣ୍ଣ

Sep 30, 2026 - 11:39
Asian Games 2026: ତୀରନ୍ଦାଜିରୁ ଭାରତକୁ ଆସିଲା ୨ ସ୍ବର୍ଣ୍ଣ

"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ବୁଧବାର ତୀରନ୍ଦାଜିରୁ ୨ ସ୍ବର୍ଣ୍ଣ ପଦକ ମିଳିଛି।

ଏହି ଦୁଇ ସ୍ବର୍ଣ୍ଣ ଭାରତୀୟ କମ୍ପାଉଣ୍ଡ ମହିଳା ଓ ମିଶ୍ରିତ ଦଳ ଦେଇଛନ୍ତି।

ମହିଳା ଫାଇନାଲ୍‌ରେ ଚିକିତା ତାନିପାର୍ଥୀ, ପ୍ରୀତିକା ପ୍ରଦୀପ ଓ ଜ୍ୟୋତି ସୁରେଖା ଭେନ୍ନାମଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୩୮-୨୩୪ରେ ଚୀନ୍‌କୁ ମାତ୍‌ ଦେଇ ବିଶ୍ବ ରେକର୍ଡ ସ୍କୋର୍‌ ସମକକ୍ଷ ହେବା ସହ ପୋଡିୟମ୍‌ର ଶୀର୍ଷ ସ୍ଥାନ ଦଖଲ କରିଥିଲେ।

ପୂର୍ବରୁ ଏହି ରେକର୍ଡ ଦକ୍ଷିଣ କୋରିଆ (ଇଞ୍ଚେନ୍‌, ୨୦୧୪) ନାଁରେ ଥିଲା।

ଏଥି ବିଜୟ ସହ ଭାରତୀୟ ଦଳ ଏସୀୟ କ୍ରୀଡ଼ା ମୁକୁଟ ବଜାୟ ରଖିବାରେ ସଫଳ ହୋଇଛି।

ଗତ ସଂସ୍କରଣରେ ଭାରତୀୟ କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ଜିତିଥିଲା ବେଳେ ୨୦୧୪ ୨୦୧୮‌ରେ ରୌପ୍ୟ ପାଇଥିଲା।Advertisment ୫ ପଦକ ଜିତିବାର ଗୌରବ ପାଇଛନ୍ତି ଜ୍ୟୋତି ସେହିପରି ଏହି ଦଳରେ ୩୦ ବର୍ଷୀୟା ଜ୍ୟୋତି ୩ ସ୍ବର୍ଣ୍ଣ ସହ ୫ ପଦକ ଜିତିବାର ଗୌରବ ପାଇଛନ୍ତି।

ଫାଇନାଲ୍‌ ପୂର୍ବରୁ ଭାରତ ୨୩୪-୨୩୩ରେ ଦକ୍ଷିଣ କୋରିଆକୁ ହରାଇଥିଲା।

ତୃତୀୟ ସ୍ଥାନ ମୁକାବିଲାରେ ଚାଇନିଜ୍‌ ତାଇପେକୁ ହରାଇ ଦକ୍ଷିଣ କୋରିଆ କାଂସ୍ୟ ଜିତିଛି।

ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚିକିତା ଓ ସାହିଲ ରାଜେଶ ଯାଦବ ସୁଟ୍‌ଅଫ୍‌ରେ ଦକ୍ଷିଣ କୋରିଆ ଯୋଡ଼ି ପାର୍କ ଜୁଙ୍ଗୟୁନ୍‌ ଓ ଚୋଇ ୟଙ୍ଗହିଙ୍କୁ ମାତ୍‌ ଦେଇ ସ୍ବର୍ଣ୍ଣ ଜିତିଥିଲେ।

ପ୍ରଥମ ଦୁଇ ‌ଗେମ୍‌କୁ ଭାରତ ୪୦-୩୯, ୪୦-୩୯ରେ ଜିତିଥିଲା।

ହେଲେ ପରବର୍ତ୍ତୀ ଦୁଇ ଗେମ୍‌ରେ ଭାରତ ୩୮-୩୯, ୩୯-୪୦ରେ ପଛରେ ରହିବାରୁ ମ୍ୟାଚ୍ ୧୫୭-୧୫୭ରେ ଶେଷ ହୋଇଥିଲା।

ତେଣୁ ଫଳାଫଳ ଲାଗି ସୁଟ୍‌ଅଫ୍‌ର ସହାୟତା ନିଆଯାଇଥିଲା।

ଏଥିରେ ଚିକିତା ପ୍ରଥମେ ୧୦ ସ୍କୋର୍‌ କରିଥିଲା ବେଳେ ପାର୍କ ବି ୧୦ ସ୍କୋର୍‌ କରି ସ୍ଥିତି ସମାନ କରିଥିଲେ।

ଦ୍ବିତୀୟ ତୀରରେ ସାହିଲ ପୂରା ୧୦ ସ୍କୋର୍‌ ପାଇଥିଲା ବେଳେ ଚୋଇ ୯ କରି ପଛରେ ପଡ଼ି ଯାଇଥିଲେ।

ଫଳରେ ଭାରତ ଏହି ସୁଟ୍‌ଅଫ୍‌କୁ ୧-୦ରେ ଜିତି ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲା।

ଏଥିସହ ଚିକିତା ଚଳିତ କ୍ରୀଡ଼ାରେ ଦ୍ବିତୀୟ ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଥିଲା।

Asian Games 2026: ବିଶ୍ୱ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ଟିମ୍‌; ଚୀନ୍‌ ଚିତ୍‌ପଟାଙ୍ଗ ପୂର୍ବରୁ ଭାରତ ୧୫୬-୧୫୫ରେ ଥାଇଲାଣ୍ଡକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା।

କାଂସ୍ୟ ମୁକାବିଲାରେ ଚୀନ୍ ୧୫୮-୧୫୪ରେ ଥାଇଲାଣ୍ଡକୁ ହରାଇ ପୋଡିୟମ୍‌ ଫିନିସ୍‌ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।