Asian Games 2026: ୪୪ ବର୍ଷ ପରେ ମହିଳା ହକିରୁ ସ୍ବର୍ଣ୍ଣ, ଓଡ଼ିଶାକୁ ସ୍ବର୍ଣ୍ଣ ଆଣିଲେ ସୁନେଲିତା
"ନାଗୋୟା: ଦୀର୍ଘ ୪୪ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଛି।
ଶୁକ୍ରବାର ନାଗୋୟାରେ ଅନୁଷ୍ଠିତ ଫାଇନାଲରେ ଭାରତ ୧-୦ ଗୋଲ୍ରେ ଚୀନ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି।
ଏହି ବିଜୟ ସହ ଭାରତ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଛି।
ଏହା ପୂର୍ବରୁ ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ଜିତିଥିଲା।
୧୯୯୮ ଓ ୨୦୧୮ରେ ଭାରତ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜାପାନଠାରୁ ହାରି ଉପବିଜେତା ହୋଇଥିଲା।
ଶେଷରେ ୨୦୨୬ରେ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ପୂରଣ ହୋଇଛି।Advertisment ଶୁକ୍ରବାରର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍ର ୧୦ମ ମିନିଟ୍ରେ ଲାଲରେମସିଆମିଙ୍କ ଚମତ୍କାର ରିଭର୍ସ ହିଟ୍ରେ ଭାରତ ୧-୦ରେ ଆଗୁଆ ହୋଇଥିଲା।
ଏହାପରେ ଚୀନ୍ ଆକ୍ରମଣ ଜୋରଦାର କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଦୃଢ଼ ଭାବେ ମୁକାବିଲା କରିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଚୀନ୍କୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା।
କିନ୍ତୁ ଗୋଲକିପର ସବିତା ପୁନିଆ ଚମତ୍କାର ଭାବେ ଗୋଟିଏ ହାତରେ ଏହାକୁ ରୋକି ଭାରତର ଅଗ୍ରଣୀ ସ୍ଥିତି ବଜାୟ ରଖିଥିଲେ।
ଶେଷ ଦୁଇ କ୍ୱାର୍ଟରରେ ଚୀନ୍ ବାରମ୍ବାର ଭାରତୀୟ ସର୍କଲରେ ପ୍ରବେଶ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ କୌଣସି ଭୁଲ୍ କରି ନଥିଲା।
ଶେଷରେ ୧-୦ ବିଜୟ ସହ ଭାରତ ୪୪ ବର୍ଷ ପରେ ମହିଳା ହକିରେ ସ୍ବର୍ଣ୍ଣିମ ସଫଳତା ପ୍ରାପ୍ତ କରିଛି।
ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଭାବେ ସୁନେଲିତା ଟୋପ୍ପୋ ମଧ୍ୟ ରାଜ୍ୟର ପ୍ରଥମ ମହିଳା ଭାବେ ଏସିଆଡ୍ ହକି ସ୍ବର୍ଣ୍ଣ ପଦକ ହାସଲ କରିବାର ଗୌରବ ପାଇଛନ୍ତି।
Asian Games: ଏସୀୟ କ୍ରୀଡ଼ା କ୍ରିକେଟ୍ ସେମିଫାଇନାଲ୍ରେ ଭାରତ, ପାକିସ୍ତାନ ମହିଳା ହକିରେ ଭାରତଠାରୁ ଏହି ପରାଜୟ ସହ ଚୀନ ରୌପ୍ୟ ପଦକ ପାଇଥିବାବେଳେ ଦକ୍ଷିଣ କୋରିଆକୁ ୪-୨ରେ ହରାଇ ଜାପାନ କାଂସ୍ୟ ଜିତିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।