Asian Games Gold Medallist ହକି ତାରକାଙ୍କୁ ସ୍ବାଗତ: ଦଳଗତ ପ୍ରଦର୍ଶନ ବେଶ୍‌ ଚମତ୍କାର ଥିଲା: ଶୀଳାନନ୍ଦ

Oct 07, 2026 - 21:33
Asian Games Gold Medallist ହକି ତାରକାଙ୍କୁ ସ୍ବାଗତ: ଦଳଗତ ପ୍ରଦର୍ଶନ ବେଶ୍‌ ଚମତ୍କାର ଥିଲା: ଶୀଳାନନ୍ଦ

"ରାଉରକେଲା: ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ଶୀଳାନନ୍ଦ ଲାକ୍ରାଙ୍କ ଆଜି ଘରବାହାଡ଼ୁ ହୋଇଛି।

ଆଜି ପୂର୍ବାହ୍ନରେ ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଗୌରବମୟ ସଫଳତା ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରୋଟୋକଲ ଓ କ୍ରୀଡ଼ା ବିଭାଗର ମହାପ୍ରବନ୍ଧକ ଜେ.ପି.

ମିଶ୍ର, ଇଣ୍ଟରସିଟି ଗୋଲ୍‌ଡ କପ୍‌ ହକି ଆସୋସିଏସନ୍‌ର ଉପସଭାପତି ବାର୍ଥାଲୋମୀ କେର୍କେଟା, ସାଂଗଠନିକ ସମ୍ପାଦକ ଷ୍ଟାନ୍‌ଲି ଭିକ୍ଟର ମିଞ୍ଜ, ସମ୍ପାଦକ ରଜତ କୁମାର ମିଞ୍ଜ, ଯୁଗ୍ମ ସମ୍ପାଦକ ଜେମ୍‌ସ କୁଜୁର, ରାଜେନ ଏକ୍କା, ଆଶିଷ କେର୍କେଟା ପ୍ରମୁଖ ଶୀଳାନନ୍ଦଙ୍କୁ ସ୍ବାଗତ କରିଥିଲେ।

ଦଳର ସ୍ବର୍ଣ୍ଣ ପଦକପରେ ବେଶ୍‌ ଖୁସିଥିବା କହିଛନ୍ତି ସେଲ୍ ହକିଏକାଡେମୀର ଏହି ପୂର୍ବତନ ଖେଳାଳି।Advertisment India Hockey Team: ହକି: ପାକିସ୍ତାନକୁ ହରାଇ ଭାରତ ଫାଇନାଲ୍‌ରେ ପ୍ରତିକ୍ରିୟାରେ ଶୀଳାନନ୍ଦ କହିଲେ, ଆମ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ ଥିଲା।

ଏସୀୟ କ୍ରୀଡ଼ାରେ ଦଳଗତ ପ୍ରଦର୍ଶନ ବେଶ୍‌ ଚମତ୍କାର ରହିଥିଲା।

କ୍ରୀଡ଼ାରେ ଆଶା ଓ ନିରାଶା ଲାଗିରହିଥାଏ।

ପୂର୍ବ ତ୍ରୁଟିକୁ ସୁଧାରି ନିଷ୍ଠାପର ଅଭ୍ୟାସରେ ଧ୍ୟାନ ଦେଇଥିଲୁ, ଯାହାର ସୁଫଳ ପାଇଲୁ।

ଭବିଷ୍ୟତରେ ସମାନ ଚିନ୍ତାଧାର ଓ ଲକ୍ଷ୍ୟ ନେଇ ଉନ୍ନତମାନର ପ୍ରଦର୍ଶନ ଜାରି ରଖିବୁ।

ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଢେର୍‌ ଅଧିକ।

ଆଗକୁ ମଧ୍ୟ ଏଭଳି ଆକୁଣ୍ଠ ସମର୍ଥନ ଅବ୍ୟାହତ ରହୁ।

ଏହାସହ କହିଲେ, ସେଲ୍‌ ହକି ଏକାଡେମୀରୁ ହକି ଜୀବନ ଆରମ୍ଭ କରିଛି।

ଆଜି ଯାହା ବି ସଫଳତା ପାଇଛି, ସେଥିରେ ଏକାଡେମୀ ଭୂମିକା ଗୁରୁତ୍ବପୂର୍ଣ୍ଣ।

ଏଥିପାଇଁ ଏକାଡେମୀର ସମସ୍ତ ପ୍ରଶିକ୍ଷକ ଓ କର୍ତ୍ତୃପକ୍ଷଙ୍କୁ ଆନ୍ତରିକ ଧନ୍ୟବାଦ।

Indian hockey: ଓଡ଼ିଶା ପାଇଁ ଆଜି ଭାରତୀୟ ହକି ସଫଳ: କପିଳ ସ୍ବାଗତ କରିବାକୁ ଭୁଲିଗଲା ପ୍ରଶାସନଏସୀୟ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଥିବା ରାଉରକେଲାର ତାରକା ଶୀଳାନନ୍ଦଙ୍କୁ ସ୍ବାଗତ କରିଥିଲେ ସହରବାସୀ।

ମାତ୍ର ବିଡ଼ମ୍ବନାର ବିଷୟ ଏହା ଯେ ଏହି ଗୌରବମୟ ସଫଳତା ପରେ ମଧ୍ୟ ଶୀଳାନନ୍ଦଙ୍କୁ ସ୍ୱାଗତ କରିବା ପାଇଁ ରାଉରକେଲା ପ୍ରଶାସନର ଜଣେ ହେଲେ ଅଧିକାରୀ ଉପସ୍ଥିତ ନଥିଲେ।

ଜଣେ ଆନ୍ତର୍ଜାତୀୟସ୍ତରର ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପ୍ରତି ସ୍ଥାନୀୟ ପ୍ରଶାସନର ଏଭଳି ଉଦାସୀନ ମନୋଭାବ କ୍ରୀଡ଼ାପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି।

ଦେଶ ପାଇଁ ସୁନା ଆଣିଥିବା ଏହି ଖେଳାଳିଙ୍କ ବଡ଼ ଅବଦାନକୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଭୁଲିଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।