Nitin Nabin: ବାରାଣସୀରେ ରାହୁଲଙ୍କୁ ନିଶାଣ କଲେ ନିତିନ ନବୀନ, ମୋଦୀଙ୍କ ଶାସନକୁ ପ୍ରଶଂସା କଲେ ଯୋଗୀ-ହିମନ୍ତ
"ଲକ୍ଷ୍ନୌ: ବିରୋଧୀ ଦଳ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ଜାତୀୟ ସଭାପତି ନିତିନ ନବୀନ।
ବୁଧବାର ବାରାଣସୀର ରୋହଣିଆସ୍ଥିତ ଜଗତପୁର ଇଣ୍ଟର କଲେଜରେ ଆୟୋଜିତ ସାଧାରଣ ସଭାରେ ସେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲେ। "ସେବା ସଙ୍କଳ୍ପ" ବାଇକ୍ ଯାତ୍ରାର ସମାପନ ଅବସରରେ ନବୀନ କହିଥିଲେ, ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଅଧୀନରେ ଯଦି ଅନୁପ୍ରବେଶକାରୀଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଉଛି ଏବଂ ବିରୋଧୀ ଏହାକୁ ପ୍ରଶ୍ନ କରୁଛନ୍ତି, ତେବେ ସେମାନଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଯାଇପାରେ।
ଏଭଳି ଆଭିମୁଖ୍ୟର ଜବାବ ଦେଶବାସୀ ଉପଯୁକ୍ତ ସମୟରେ ଦେବେ ବୋଲି ସେ କହିଥିଲେ।
ଅନୁପ୍ରବେଶକାରୀଙ୍କୁ ଦେଶରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ନବୀନ କହିଥିଲେ।Advertisment ଆହୁରି ପଢନ୍ତୁ: Rahul Gandhi: ରାହୁଲଙ୍କ "ନୂତନ" ରଣନୀତି: ୨ ମାସରେ ୩ ଥର ଅପ୍ରତ୍ୟାଶିତ ପ୍ରତିବାଦ ସଭାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଗତ ଏକ ଦଶନ୍ଧିରେ ହୋଇଥିବା ପରିବର୍ତ୍ତନକୁ ମୋଦୀଙ୍କ ନେତୃତ୍ୱ ସହ ଯୋଡ଼ିଥିଲେ।
ମାଫିଆ ଗୋଷ୍ଠୀଙ୍କ ପ୍ରଭାବ ହ୍ରାସ ପାଇଛି ଏବଂ ଆଇନଶୃଙ୍ଖଳାରେ ବ୍ୟାପକ ସୁଧାର ହୋଇଛି ବୋଲି ସେ କହିଥିଲେ।
କାଶୀ ବିଶ୍ୱନାଥ ଧାମ କରିଡର, ଅଯୋଧ୍ୟାର ରାମମନ୍ଦିର, ବିନ୍ଧ୍ୟବାସିନୀ କରିଡର, ମହାକୁମ୍ଭ ଓ ମଥୁରା-ବୃନ୍ଦାବନର ବିକାଶକୁ ସେ ନୂଆ ଉତ୍ତରପ୍ରଦେଶର ଉଦାହରଣ ବୋଲି ଦର୍ଶାଇଥିଲେ।
୨୦୦୧ ଅକ୍ଟୋବର ୭ରେ ଭୁଜ ଭୂକମ୍ପ ପରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିବା କଥା ସ୍ମରଣ କରି ଯୋଗୀ କହିଥିଲେ, ତାଙ୍କ ନେତୃତ୍ୱରେ ଗୁଜରାଟ ବିକାଶର ମଡେଲ ପାଲଟିଥିଲା ଏବଂ ଏବେ ଭାରତକୁ ସମୃଦ୍ଧ, ସୁରକ୍ଷିତ ଓ ଆତ୍ମନିର୍ଭର କରିବା ଦିଗରେ କାମ ଚାଲିଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ନିଶାଣ କରି ଭାରତରେ ସନାତନ ଶକ୍ତି ରହିଥିବା ପର୍ଯ୍ୟନ୍ତ ମୋଦୀଙ୍କୁ କ୍ଷତି ପହଞ୍ଚାଇବା ସମ୍ଭବ ନୁହେଁ ବୋଲି କହିଥିଲେ।
ନକ୍ସଲବାଦ ଶେଷ ହୋଇଥିବା ଦାବି କରି ସେ ପୂର୍ବ ଓ ବର୍ତ୍ତମାନର ଭାରତର ତୁଳନା କରିଥିଲେ।
ଆଗାମୀ ୫୦ ବର୍ଷ ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ ଓ ଆସାମରେ ବିଜେପି କ୍ଷମତାରେ ରହିବ ବୋଲି ମଧ୍ୟ ଶର୍ମା ଦାବି କରିଥିଲେ।
ଆହୁରି ପଢନ୍ତୁ:Mathematician: ୨୦୨୬ ରାମାନୁଜନ ପୁରସ୍କାର ପାଇଲେ ଭାରତୀୟ ଗଣିତଜ୍ଞ ମହେଶ କାକଡେ: ବୀଜଗାଣିତିକ ସଂଖ୍ୟାତତ୍ତ୍ବରେ ଅବଦାନ ପାଇଁ ସମ୍ମାନ ସେପ୍ଟେମ୍ବର ୧୭ରେ ମୋଦୀଙ୍କ ଜନ୍ମଦିନରୁ ଗୁଜରାଟର ବଡନଗରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବୁଧବାର ବାରାଣସୀରେ ପହଞ୍ଚିଥିଲା।
ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଚାଲିଥିବା "ସେବା ସଙ୍କଳ୍ପ" ଅଭିଯାନର ଏହା ଏକ ଅଂଶ ଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶ ବିଜେପି ସଭାପତି ପଙ୍କଜ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।