Election Commission: ନିର୍ବାଚନ କମିଶନରେ ଅନ୍ତର୍କନ୍ଦଳ: ସିଇସିଙ୍କୁ ଭାରତର ଶତ୍ରୁ କହିଲେ ଅଭିଜିତ୍ ଦୀପକେ

Sep 23, 2026 - 12:29
Election Commission: ନିର୍ବାଚନ କମିଶନରେ ଅନ୍ତର୍କନ୍ଦଳ: ସିଇସିଙ୍କୁ ଭାରତର ଶତ୍ରୁ କହିଲେ ଅଭିଜିତ୍ ଦୀପକେ

"ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ମତଦାତା ସୂଚୀ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନରେ ଅନ୍ତର୍କନ୍ଦଳ ପଦାରେ ପଡ଼ିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ତିନି ଜଣିଆ କମିଶନର ଅନ୍ୟ ଦୁଇ ଜଣ ଆୟୁକ୍ତଙ୍କୁ ଅନ୍ଧାରରେ ରଖାଯାଉଥିବା ନେଇ ଏକ ସାମ୍ବାଦିକୀୟ ରିପୋର୍ଟ ପ୍ରକାଶ ପାଇବା ପରେ ''କୋକ୍ରୋଚ୍ ଜନତା ପାର୍ଟି'' (ସିଜେପି) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ବୁଧବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ଭାରତର ଶତ୍ରୁ ବୋଲି କହି ସମାଲୋଚନା କରିଛନ୍ତି।Advertisment ୧୨ କୋଟିରୁ ଉର୍ଦ୍ଧ୍ୱ ନାମ ବାଦ୍ ସୋସିଆଲ ମିଡିଆ ''ଏକ୍ସ''ରେ ଏକ ପୋଷ୍ଟ କରି ଦୀପକେ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ନିର୍ବାଚନ ପରିଚାଳନା ନକରି ଏହାର ''ସ୍କ୍ରିପ୍ଟ'' ପ୍ରସ୍ତୁତ କରୁଛନ୍ତି।

ଉକ୍ତ ରିପୋର୍ଟକୁ ଆଧାର କରି ସେ ଦାବି କରିଛନ୍ତି ଯେ, ଭୋଟର ତାଲିକାରୁ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ୱ ନାମ ବାଦ୍ ଦିଆଯାଇଛି, ଯାହାକି ୨୦୨୪ ଲୋକସଭା ନିର୍ବାଚନର ମୋଟ ୯୭ କୋଟି ଭୋଟରଙ୍କର ପ୍ରାୟ ୧୨.୪ ପ୍ରତିଶତ।

୨୦୨୪ ନିର୍ବାଚନରେ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ଭୋଟ୍ ପ୍ରତିଶତର ବ୍ୟବଧାନ ମାତ୍ର ୨ ପ୍ରତିଶତ ଥିବା ବେଳେ ଏତେ ପରିମାଣର ନାମ ବାଦ୍ ପଡ଼ିବା ସନ୍ଦେହଜନକ ବୋଲି ସେ ଅଭିଯୋଗ କରିଛନ୍ତି।

ଇଣ୍ଡିଆନ୍ ଏକ୍ସପ୍ରେସର ତଦନ୍ତମୂଳକ ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନର ଦୁଇ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ କମିଶନର ନିଷ୍ପତ୍ତି ବିରୋଧରେ ଅତି କମରେ ୧୪ ଥର ଅନୁପଚାରିକ ଓ ଲିଖିତ ଆପତ୍ତି ଉଠାଇଛନ୍ତି।

ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଏସଆଇଆର୍ ପ୍ରକ୍ରିୟାରେ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ପ୍ରାରମ୍ଭିକ ତାଲିକାରୁ ବାଦ୍ ଦିଆଯିବା ସମୟରେ ଏହି ମତଭେଦ ସାମ୍ନାକୁ ଆସିଛି।

Judgement: ଶ୍ରୀଲଙ୍କାର କୋର୍ଟରେ ୧୫ ଜଣ ଦୋଷୀଙ୍କୁ ୨୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଅପରପକ୍ଷରେ, ବିରୋଧୀଙ୍କ କଡ଼ା ପ୍ରତିକ୍ରିୟା ପରେ ନିର୍ବାଚନ କମିଶନ୍ ସୂତ୍ରରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।

ଏସଆଇଆର୍ ପ୍ରକ୍ରିୟା ସମେତ କମିଶନ୍ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ନିଷ୍ପତ୍ତିରେ ତିନି ଜଣଯାକ ନିର୍ବାଚନ ଆୟୁକ୍ତଙ୍କ ସମ୍ମତି ରହିଥିଲା ବୋଲି କମିଶନ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।