Asian Games: କୁରାଶରେ ପିଙ୍କି ବଲହାରାଙ୍କୁ କାଂସ୍ୟ
"ନାଗୋୟା: ଏସୀୟ କ୍ରୀଡ଼ା କୁରାଶ ପ୍ରତିଯୋଗିତାରେ ଭାରତର ପିଙ୍କି ବଲହାରା କାଂସ୍ୟ ପଦକ ହାସଲ କରିଛନ୍ତି।
ସୋମବାର ମହିଳା ୭୮ କିଲୋଗ୍ରାମରୁ କମ୍ ଓଜନ ବର୍ଗର ସେମିଫାଇନାଲରେ ସେ ଦକ୍ଷିଣ କୋରିଆର ସୁମିନ ମୋଙ୍କଠାରୁ ୦-୫ରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ସେମିଫାଇନାଲ ମୁକାବିଲାରେ ବଲହାରାଙ୍କୁ "ଡାକ୍କି" (ପେନାଲ୍ଟି) ମିଳିଥିବା ବେଳେ ସୁମିନ ମୋ "ୟୋନବୋଶ୍" ପଏଣ୍ଟ ହାସଲ କରିଥିଲେ।
ଏସୀୟ କ୍ରୀଡ଼ାରେ ଏହା ବଲହାରାଙ୍କ ଦ୍ୱିତୀୟ ପଦକ।
ପୂର୍ବରୁ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସେ ମହିଳା ୫୨ କିଲୋଗ୍ରାମରୁ କମ୍ ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।
ସେହି ସଂସ୍କରଣରେ କୁରାଶକୁ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସାମିଲ କରାଯାଇଥିଲା।
ଏହାସହିତ କୁରାଶରେ ଏକାଧିକ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି।Advertisment କୁରାଶ କ"ଣ?
କୁରାଶ ହେଉଛି ଉଜବେକିସ୍ତାନର ଏକ ପାରମ୍ପରିକ ସମର କଳା।
ଏହି ଖେଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛିଡ଼ା ହୋଇଥିବା ଅବସ୍ଥାରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଶଳ ପ୍ରୟୋଗ କରି ପିଠି ଉପରେ ତଳେ ପକାଇବା।
ଜୁଡୋ ସହ ଏହାର କେତେକ ସମାନତା ରହିଛି।
କିନ୍ତୁ ଜୁଡୋ ଭଳି କୁରାଶରେ ଦୀର୍ଘ ସମୟ ଧରି ଭୂମି ଉପରେ ଲଢ଼େଇ କରିବାର ବ୍ୟବସ୍ଥା ନାହିଁ।
୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଏହି କ୍ରୀଡ଼ାକୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା।
Silver Medal: ସୁଟିଂ: ରୌପ୍ୟ ଜିତିଲେ ଇଶା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।