Asian Games: ବ୍ୟାଡ୍ମିଣ୍ଟନ କ୍ବାର୍ଟରରେ ଭାରତୀୟ ମହିଳା
"ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ୍ ଦଳ ଚଳିତ ଏସିଆ କ୍ରୀଡ଼ା କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି।
ରବିବାର ପ୍ରିକ୍ବାର୍ଟରଫାଇନାଲ୍ରେ ପିଭି ସିନ୍ଧୁ, ଉନ୍ନତି ହୁଦା ଓ ତନ୍ବୀ ଶର୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ୩-୦ରେ କାଜାଖସ୍ତାନକୁ ପରାସ୍ତ କରିଛି।
୨ ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ସିଧାସଳଖ ୨୧-୭, ୨୧-୯ ଗେମ୍ରେ କାମିଲା ସ୍ମାଗୁଲୋଭାଙ୍କୁ ହରାଇ ଭାରତକୁ ପ୍ରଥମ ବିଜୟ ଦେଇଥିଲେ।Advertisment ପ୍ରିକ୍ବାର୍ଟରଫାଇନାଲ୍ରେ ଭାରତର ସହଜ ବିଜୟ ଏହାପରେ ଉନ୍ନତି ୨୧-୭, ୨୧-୧୦ରେ ଆଲିସା କୁଲେଶୋଭାଙ୍କୁ ଏବଂ ଶେଷରେ ତନ୍ବୀ ଶର୍ମା ୨୧-୫, ୨୧-୧୦ରେ ଡିଆନା ନାମେନୋଭାଙ୍କୁ ପରାସ୍ତ କରି ଦଳକୁ ୩-୦ ବିଜୟ ଭେଟି ଦେଇଥଲେ।
କ୍ବାର୍ଟରଫାଇନାଲ୍ରେ ଭାରତ ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜାପାନକୁ ସୋମବାର ଭେଟିବ।
୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ ଫାଇନାଲ୍ରେ ଋଷଭ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।