Dengue Vaccine: ଭାରତରେ ଉପଲବ୍ଧ ହେବ ଡେଙ୍ଗୁ ଟିକା!

Sep 20, 2026 - 11:40
Dengue Vaccine: ଭାରତରେ ଉପଲବ୍ଧ ହେବ ଡେଙ୍ଗୁ ଟିକା!

"ନୂଆଦିଲ୍ଲୀ: ଡେଙ୍ଗୁ ପ୍ରତିରୋଧ ପାଇଁ ଭାରତରେ ଖୁବ୍‌ଶୀଘ୍ର ଆଉ ଏକ ଟିକା ଉପଲବ୍ଧ ହୋଇପାରେ।

ଜାପାନୀ ଔଷଧ କମ୍ପାନୀ ଟାକେଡା ଫାର୍ମାସ୍ୟୁଟିକାଲ୍ସର ଡେଙ୍ଗୁ ଟିକା "କ୍ୟୁଡେଙ୍ଗା" ୨୦୨୭ ମସିହାର ପ୍ରଥମାର୍ଦ୍ଧରେ ଭାରତୀୟ ବଜାରରେ ଉପଲବ୍ଧ ହେବା ଆଶା କରାଯାଉଛି।

ଏଥିପାଇଁ ଟାକେଡା ଓ ଡକ୍ଟର ରେଡ୍ଡିଜ୍‌ ଲାବୋରେଟୋରୀଜ୍‌ ମଧ୍ୟରେ ଚୁକ୍ତି ହୋଇଛି।Advertisment ଚାରିଟି ସେରୋଟାଇପ୍‌ ବିରୋଧରେ ସୁରକ୍ଷା କ୍ୟୁଡେଙ୍ଗା ଡେଙ୍ଗୁ ଭାଇରସର ଚାରିଟି ସେରୋଟାଇପ୍‌ ବିରୋଧରେ ସୁରକ୍ଷା ପାଇଁ ବିକଶିତ ହୋଇଛି।

ଉପଲବ୍ଧ ତଥ୍ୟ ଅନୁସାରେ, ୪ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଏହି ଟିକା ବ୍ୟବହାର କରାଯାଇପାରେ।

ଏହାର ଦୁଇଟି ଡୋଜ୍‌ ଦିଆଯାଏ ଏବଂ ଦୁଇ ଡୋଜ୍‌ ମଧ୍ୟରେ ୩ ମାସର ବ୍ୟବଧାନ ରହିଥାଏ।

ଏହି ଟିକା ନେବା ପୂର୍ବରୁ ଡେଙ୍ଗୁ ସଂକ୍ରମଣ ହୋଇଥିଲା କି ନାହିଁ, ତାହାର ପରୀକ୍ଷା ଆବଶ୍ୟକ ହୁଏ ନାହିଁ।

କ୍ଲିନିକାଲ୍‌ ପରୀକ୍ଷଣରେ କ୍ୟୁଡେଙ୍ଗା ଡେଙ୍ଗୁ ସଂକ୍ରମଣ ରୋକିବାରେ ୮୦.୨ ପ୍ରତିଶତ ପ୍ରଭାବଶାଳୀ ଥିବା ତଥ୍ୟ ସାମ୍ନାକୁ ଆସିଛି।

Parenting Tips: ପିଲା ଅଳସୁଆ ନୁହେଁ, ଚାପରେ ଅଛି କି?

କିପରି ଜାଣିବା ଏହାର ଲକ୍ଷଣ?

ଭାରତରେ ଡେଙ୍ଗୁ ଏକ ପ୍ରମୁଖ ମଶାବାହିତ ରୋଗ ଭାବେ ରହିଛି।

ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ସଂକ୍ରମଣ ହୋଇଥାଏ।

ବର୍ଷା ଋତୁରେ ଘର ଆଖପାଖରେ ପାଣି ଜମିବା ଯୋଗୁଁ ଏଡିସ୍‌ ମଶାର ବଂଶବୃଦ୍ଧି ହୋଇଥାଏ ଏବଂ ଏହି ସମୟରେ ଡେଙ୍ଗୁ ମାମଲା ବଢ଼ିଥାଏ।

ଉପଲବ୍ଧ ଅସ୍ଥାୟୀ ତଥ୍ୟ ଅନୁସାରେ, ୨୦୨୫ରେ ଭାରତରେ ୧,୧୩,୪୫୦ ଡେଙ୍ଗୁ ମାମଲା ଏବଂ ୯୫ ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଥିଲା।

ତେବେ ଟିକା ଉପଲବ୍ଧ ହେଲେ ମଧ୍ୟ ଡେଙ୍ଗୁ ପ୍ରତିରୋଧ ପାଇଁ ମଶା ନିୟନ୍ତ୍ରଣ, ଘର ଆଖପାଖରେ ପାଣି ଜମିବାକୁ ନଦେବା ଏବଂ ମଶା କାମୁଡ଼ାରୁ ସୁରକ୍ଷା ଭଳି ପଦକ୍ଷେପ ଜାରି ରଖିବା ଆବଶ୍ୟକ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।