Asian Games: ମହିଳା ହକି ଦଳର ଆଉ ଏକ ବଡ଼ ବିଜୟ

Sep 23, 2026 - 15:20
Asian Games: ମହିଳା ହକି ଦଳର ଆଉ ଏକ ବଡ଼ ବିଜୟ

"ଗିଫୁ: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଦବ୍‌ଦବା ଜାରି ରଖି ଆଉ ଏକ ବଡ଼ ବିଜୟ ପାଇଛି।

ପୁଲ୍‌-ବି"ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ଉଜବେକିସ୍ତାନକୁ ୧୯-୦ରେ ଏବଂ ଇଣ୍ଡୋନେସିଆକୁ ୧୭-୧ରେ ହରାଇଥିବା ଭାରତ ନିଜର ତୃତୀୟ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୨୦-୧ରେ ହରାଇ ଦେଇଛି।

ବୁଧବାର ଅଭିଜ୍ଞ ଡ୍ରାଗ୍‌-ଫ୍ଲିକର୍‌ ତଥା ଫରୱାର୍ଡ ଦୀପିକା ୯ ଗୋଲ୍‌ କରିଥିଲେ।

Advertisment ପେନାଲ୍ଟି କର୍ଣ୍ଣରରୁ ଆସିଥିଲା ସମସ୍ତ ଗୋଲ୍‌ ଏହି ସମସ୍ତ ଗୋଲ୍‌ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା।

ନବନୀତ କୌର ୪ ଗୋଲ୍‌ ଦେଇଥିଲା ବେଳେ ଋତୁଜା ପିସାଲ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

ନେହା, ଲାଲରେମସିଆମି, ସାକ୍ଷୀ ରାଣା ଓ ଅଧିନାୟିକା ସଲିମା ଟେଟେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଏହି ବଡ଼ ବିଜୟରେ ନିଜ ଅବଦାନ ରଖିଥିଲେ।

ଶେଷ କ୍ବାର୍ଟରରେ ଥାଇଲାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସୁପାନ୍‌ସା ସାମାନ୍‌ସୋ ଗୋଲ୍‌ରେ ପରିଣତ କରି ଦଳକୁ ସାନ୍ତ୍ବନା ଦେଇଥିଲେ।

ହାଙ୍ଗ୍‌ଝୌ କାଂସ୍ୟ ବିଜେତା ଭାରତ ଶୁକ୍ରବାର ପରବର୍ତ୍ତୀ ଗ୍ରୁପ୍‌ ମ୍ୟାଚ୍‌ରେ ଜାପାନକୁ ଭେଟିବ।

Cricket: ତିନି ଥର ବିଶ୍ବ ବିଜେତା ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ପାଣି ପିଆଇ ଦେଇଛି ଜାପାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।