Chatrapur: ଛତ୍ରପୁରରେ କାର୍ର ସିରିଜ୍ ଦୁର୍ଘଟଣା: ଜଳଖିଆ ଦୋକାନରେ ପଶିଲା କାର୍, ଦୁଇ ଭାଇ ଗୁରୁତର
"ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍ ଭାରସାମ୍ୟ ହରାଇ ସିରିଜ୍ ଦୁର୍ଘଟଣା ଘଟାଇବା ସହ ଏକ ଜଳଖିଆ ଦୋକାନ ଭିତରକୁ ପଶିଯାଇଥିବା ଜଣାପଡ଼ିଛି।
ଏହି ଘଟଣାରେ ଦୋକାନରେ ଥିବା ଦୁଇ ଭାଇ କିଶୋର ଚନ୍ଦ୍ର ସେନାପତି ଓ ପିଙ୍କୁ ସେନାପତି ଗୁରୁତର ଆହତ ହୋଇଛନ୍ତି।Advertisment ସୂଚନାନୁସାରେ, କାର୍ଟି ପ୍ରଥମେ ଏକ ବୁଲେଟ୍କୁ ଧକ୍କା ଦେବା ପରେ ଏକ ଓଲା ଗାଡ଼ି ଓ ଦୁଇଟି ସ୍କୁଟିକୁ ଧକ୍କା ଦେଇଥିଲା।
ପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନ ଉପରକୁ ଚଢ଼ିଯାଇଥିଲା।
ଫଳରେ ଦୋକାନରେ ଥିବା ଗରମ ତେଲ କଡ଼େଇ ପଡ଼ି ଦୁଇ ଭାଇ ଗୁରୁତର ଭାବେ ଦଗ୍ଧ ହୋଇଥିବା ଜଣାପଡ଼ିଛି।
ସେମାନଙ୍କୁ ତୁରନ୍ତ ଛତ୍ରପୁର ମେଡିକାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।
ଦୋକାନ ନିକଟରେ ଜଳଖିଆ ଖାଇବା ପାଇଁ ଅପେକ୍ଷା କରିଥିବା ଜଣେ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ଆହୁରି ପଢନ୍ତୁ: Police Death: ଜମ୍ମୁ-କାଶ୍ମୀରରେ ଗାଡ଼ି ଭିତରୁ ୨ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଦୁର୍ଘଟଣାରେ ଦୋକାନର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି।
ଦୁଇ ଭାଇ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଏହି ଘଟଣା ପରେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କାର୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ କରି କ୍ଷତିଗ୍ରସ୍ତ ସମସ୍ତଙ୍କୁ ତୁରନ୍ତ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।