Asian Games: ମୁଷ୍ଟିଯୁଦ୍ଧ: ସୁମିତ, ସାକ୍ଷୀ ବିଦା; କ୍ବାର୍ଟରରେ ପ୍ରବୀନ

Sep 24, 2026 - 17:23
Asian Games: ମୁଷ୍ଟିଯୁଦ୍ଧ: ସୁମିତ, ସାକ୍ଷୀ ବିଦା; କ୍ବାର୍ଟରରେ ପ୍ରବୀନ

"ନାଗୋୟା: ଭାରତୀୟ ମୁଷ୍ଟିଯୋଦ୍ଧା ସୁମିତଙ୍କ ଏସୀୟ କ୍ରୀଡ଼ା ଅଭିଯାନ ଦୁଃଖରେ ଶେଷ ହୋଇଛି।

ପୁରୁଷ ୭୦ କେଜି ପ୍ରିକ୍ବାର୍ଟରଫାଇନାଲ୍‌ରେ ଆହତ ହୋଇ ବିଦାୟ ନେଇଛନ୍ତି ଏହି ହରିୟାଣା ମୁଷ୍ଟିଯୋଦ୍ଧା।

ଗୁରୁବାର ଇରାକର ଅଲ୍‌ ସାରେ ଅଲୀ କାସିମ ହାମ୍‌ଦାନ ବିପକ୍ଷ ପ୍ରିକ୍ବାର୍ଟରଫାଇନାଲ୍‌ର ପ୍ରଥମ ଦୁଇ ରାଉଣ୍ଡରେ ୨୩ ବର୍ଷୀୟ ସୁମିତ ଆଗରେ ରହିଥିଲେ।

ହେଲେ ତୃତୀୟ ରାଉଣ୍ଡରେ ବିପକ୍ଷ ଖେଳାଳିଙ୍କ ଏକ ପଞ୍ଚ୍‌ରେ ତଳେ ପଡ଼ିଯିବାରୁ ତାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିଲା।

ଫଳରେ ସେ ଆଉ ଖେଳିବାକୁ ସକ୍ଷମ ହୋଇଥିଲେ ଏବଂ ଓହରି ଯାଇଥିଲେ।

ଫଳରେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

Advertisment ଓହରି ଯାଇଥିବା ହେତୁ ପ୍ରତିଦ୍ବନ୍ଦ୍ବୀ ବିଜୟୀ ସୁମିତ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁଞ୍ଜୋଙ୍ଗ ସିନସିରିଙ୍କୁ ୫-୦ରେ ହରାଇ ପ୍ରିକ୍ବାର୍ଟରରେ ପହଞ୍ଚିଥିଲେ।ଅନ୍ୟପକ୍ଷରେ ଭାରତୀୟ ମହିଳା ମୁଷ୍ଟି‌‌ଯୋଦ୍ଧା ସାକ୍ଷୀ ଚୌଧୁରୀ ପ୍ରିକ୍ବାର୍ଟରଫାଇନାଲ୍‌ରୁ ବିଦାୟ ନେଇଛନ୍ତି।

ଗୁରୁବାର ମହିଳା ୬୫ କେଜି ବର୍ଗରେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ୨୬ ବର୍ଷୀୟା ସାକ୍ଷୀ କଡ଼ା ସଂଘର୍ଷ କରି ୨-୩‌ରେ କାଜାଖସ୍ତାନର ଆଲୁଆ ବାଲିକବେକୋଭାଙ୍କଠୁ ହାରି ଯାଇଥିଲେ।

ତେବେ ମହିଳା ୬୫ କେଜିରେ ପ୍ରବୀନ ବିନା ଲଢ଼େଇରେ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରି ନେଇଛନ୍ତି।

ତାଙ୍କ ପ୍ରତିଦ୍ବନ୍ଦ୍ବୀ ତାଜିକିସ୍ତାନର ମଲିକା ନୋଜିମୋଭା ଓହରି ଯିବାରୁ ବାଇ ପାଇଥିଲେ ପ୍ରବୀନ।

ଦ୍ବିଶତକ ମ୍ୟାଚ୍‌ ଖେଳିଲେ ବିବେକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।