Kalinga Ghat: ସତ ହେଲା ଆଶଙ୍କା: ଭୁଶୁଡ଼ିଲା କଳିଙ୍ଗା ଘାଟିର ଅଂଶ, ଗଞ୍ଜାମ-କନ୍ଧମାଳ ଯୋଗାଯୋଗକୁ ନେଇ ସନ୍ଦେହ
"ଜି.ଉଦୟଗିରି(ସମୀର କୁମାର ପାଢ଼ୀ): ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେଲା | ଗଭୀର ଅବପାତରେ ପ୍ରବଳ ବର୍ଷାରେ କଳିଙ୍ଗା ଘାଟି କ୍ଷତିଗ୍ରସ୍ତ ହେବାର ଆଶଙ୍କା ସତ ହୋଇଛି | କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଭୁଶୁଡ଼ିଯାଇଛି।
ଏହି କାର୍ଯ୍ୟ ଆଜିକୁ ମିଶେଇ ତିନି ଥର ଭୁଶୁଡ଼ିଲାଣି।
ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ୧୫୭ର କଳିଙ୍ଗା ଅନ୍ଧାରକୋଟ ସଙ୍କୁଚିତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଟେଣ୍ଡର ହୋଇ କାର୍ଯ୍ୟ ଅବଧି ସାରି ପୁଣି ଇଓଟି ବଳରେ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ ତିନିଥର ଭୁଶୁଡ଼ିଲାଣି ।Advertisment ଆହୁରି ପଢନ୍ତୁ: Cancer Treatment: କ୍ୟାନସର ଚିକିତ୍ସା ପରେ ଗଳା ଦରଜ ହେଉଛି କି?
ଏହା କ"ଣ କ୍ୟାନସର ଫେରିବାର ସଙ୍କେତ?
ଲଗାଣ ବର୍ଷାରେ ଆଜି ପୁଣି ଏହି କାମ ଭୁଶୁଡ଼ି ଯିବା ଫଳରେ ବ୍ୟାପକ କ୍ଷତି ହୋଇଥିବାବେଳେ ରାସ୍ତାରେ ଯାତାୟତ ଆଉ ସମ୍ଭବ ହୋଇପାରିବ କି ନାହିଁ ସ୍ଥିତି ଅନୁଧ୍ୟାନ ଚାଲିଛି।
ଦୁଇ ଦିନ ହେଲା ପ୍ରଶାସନ ପକ୍ଷରୀ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ ରଖାଯାଇଥିଲା ।
ଆଉ ଆଜି ପୁଣି ଏହା ଭୁଶୁଡିଯାଇଛି | ଖବର ପାଇ ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଅବଗତ କରେଇଛନ୍ତି।
ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବ୍ୟାପକ ଘର ଭାଙ୍ଗିବା ସହ ଗଛ ଉପୁଡ଼ିଥିବା ସୂଚନା ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।