Asian Games: ମୁଷ୍ଟିଯୁଦ୍ଧରେ ପଦକ ପକ୍କା କଲେ ଅଙ୍କୁଶ
"ଆଇଚି: ଭାରତୀୟ ମୁଷ୍ଟିଯୋଦ୍ଧା ଅଙ୍କୁଶ ପଙ୍ଘଲ ଚଳିତ ଏସୀୟ କ୍ରୀଡ଼ାରେ ପଦକ ନିଶ୍ଚିତ କରିଛନ୍ତି।
ରବିବାର ପୁରୁଷ ୮୦ କିଲୋଗ୍ରାମ୍ କ୍ବାର୍ଟରଫାଇନାଲ୍ରେ ଏହି ୨୦ ବର୍ଷୀୟ ହରିୟାଣା ଯୁବକ ୫-୦ରେ ତାଜିକିସ୍ତାନର ନେକ୍ରୁଜ ସାଲିମୋଭଙ୍କୁ ମାତ୍ ଦେଇଥିଲେ।
ଶେଷ ରାଉଣ୍ଡ ଅଙ୍କୁଶଙ୍କ ବିପକ୍ଷରେ ଯାଇଥିଲା।Advertisment ପ୍ରଥମ ଦୁଇ ରାଉଣ୍ଡ ସପକ୍ଷରେ ଏହି ରାଉଣ୍ଡରେ ଜଜ୍ମାନେ ସାଲିମୋଭଙ୍କୁ ୪-୧ ଦେଇଥିଲେ।
ହେଲେ ପ୍ରଥମ ଦୁଇ ରାଉଣ୍ଡ ସପକ୍ଷରେ ଯାଇଥିବାରୁ ଏହା ଅଙ୍କୁଶଙ୍କୁ ବିଜୟ ଦେଇଥିଲା। ଫଳରେ ଅତିକମ୍ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି।
ପରବର୍ତ୍ତୀ ରାଉଣ୍ଡରେ ଅଙ୍କୁଶ ମଙ୍ଗଳବାର ଉଜବେକିସ୍ତାନର ଫଜ୍ଲିଦିନ୍ ଏର୍କିନବୋଏଭଙ୍କୁ ଭେଟିବେ।
Asian Games: ବ୍ୟାଡ୍ମିଣ୍ଟନ: କ୍ବାର୍ଟରରୁ ତ୍ରିଶା-ଗାୟତ୍ରୀ, ଧ୍ରୁବ-ତନିଶା ବିଦା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।