Asian Para Games: ଏସୀୟ ପାରା କ୍ରୀଡ଼ା ବିଦାୟ ଉତ୍ସବରେ ହଙ୍ଗାମା: ପାରା-ସୁଟରଙ୍କ ବିକ୍ଷୋଭ

Oct 08, 2026 - 15:24
Asian Para Games: ଏସୀୟ ପାରା କ୍ରୀଡ଼ା ବିଦାୟ ଉତ୍ସବରେ ହଙ୍ଗାମା: ପାରା-ସୁଟରଙ୍କ ବିକ୍ଷୋଭ

"ନୂଆଦିଲ୍ଲୀ: ଆଗାମୀ ଆଇଚି-ନାଗୋୟା ଏସୀୟ ପାରା କ୍ରୀଡ଼ା ପାଇଁ ଲାଗି ଗୁରୁବାର ଏଠାରେ ଆୟୋଜିତ ଭାରତୀୟ ଦଳର ବିଦାୟ ସମାରୋହରେ ହଙ୍ଗାମା ଦେଖିବାକୁ ମିଳିଛି।

ଏହି ସମୟରେ କିଛି ପାରା ସୁଟର ଚୟନ ପ୍ରକ୍ରିୟାରେ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଆଣି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।Advertisment ଅଭିଯୋଗ ଖଣ୍ଡନ କରିଛି ପିସିଆଇ ଏମାନେ ଏସିଆରେ ଶୀର୍ଷ ମାନ୍ୟତାପ୍ରାପ୍ତ ସୁଟର ସନ୍ଦୀପ କୁମାର ଓ ଆକାଶଙ୍କୁ କାହିଁକି ଦଳରୁ ବାଦ୍ ପଡ଼ିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।

ନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

ଚୟନ ପାଇଁ ସରକାରୀ ପୁରସ୍କାର ରାଶିର ୨୦ ପ୍ରତିଶତ କମିସନ ଦାବି, କୋଟା ସ୍ଥାନ ଓ ଯୋଗ୍ୟତା ସ୍କୋରରେ ହେରଫେର ହୋଇଥିବା ଏହି ସୁଟରମାନେ ଅଭିଯୋଗ କରିଛନ୍ତି। ‌ତେବେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ଏସବୁ ଅଭିଯୋଗ ଖଣ୍ଡନ କରିଛି।

ଦଳ ଚୟନ ସ୍ୱଚ୍ଛ, ଯୋଗ୍ୟତା ଆଧାରିତ ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହୋଇଥିବା କହିଛି।

ଏହି ପାରା କ୍ରୀଡ଼ା ଅକ୍ଟୋବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Protest: ସିଇସିଙ୍କ ଇସ୍ତଫା ଦାବି: ବେଙ୍ଗାଲୁରୁରେ ବିକ୍ଷୋଭ ମଇଦାନକୁ ଓହ୍ଲାଇଲେ ଧ୍ରୁବ ରାଠୀ ଓ ପ୍ରକାଶ ରାଜ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।