Protest: ସିଇସିଙ୍କ ଇସ୍ତଫା ଦାବି: ବେଙ୍ଗାଲୁରୁରେ ବିକ୍ଷୋଭ ମଇଦାନକୁ ଓହ୍ଲାଇଲେ ଧ୍ରୁବ ରାଠୀ ଓ ପ୍ରକାଶ ରାଜ
"ବେଙ୍ଗାଲୁରୁ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାରେ ଅନିୟମିତତା ପ୍ରତିବାଦରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ହେବାକୁ ଥିବା ମହାଆନ୍ଦୋଳନ ପୂର୍ବରୁ ଗୁରୁବାର ଦିନ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କଠାରେ କାକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଯାଇଛି।
ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିବାଦରେ ଜଣାଶୁଣା ୟୁଟ୍ୟୁବର୍ ଧ୍ରୁବ ରାଠୀ ଏବଂ ବରିଷ୍ଠ ଅଭିନେତା ପ୍ରକାଶ ରାଜ ସମ୍ପୂର୍ଣ୍ଣ ସକ୍ରିୟ ଭାବେ ସାମିଲ ହୋଇ ଆନ୍ଦୋଳନକୁ ଆହୁରି ଶାଣିତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ''ପିପୁଲ୍ସ ଟ୍ରିବ୍ୟୁନାଲ୍'' ଏବଂ ଦିଲ୍ଲୀ ପୁଲିସ ଦ୍ୱାରା ନିର୍ଯାତିତ ମହିଳା ସାମ୍ବାଦିକାଙ୍କ ସମର୍ଥନରେ ଏକ ''ଚପଲ ବିକ୍ଷୋଭ'' ମଧ୍ୟ ଅନୁଷ୍ଠିତ ହୋଇଛି।Advertisment କମିଶନରଙ୍କୁ ସିଧାସଳଖ ଚେତାବନୀ ଏହି ପ୍ରତିବାଦ ସଭାରେ ଯୋଗଦେଇ ପ୍ରସିଦ୍ଧ ୟୁଟ୍ୟୁବର୍ ଧ୍ରୁବ ରାଠୀ ଏହାକୁ ଗଣତନ୍ତ୍ରକୁ ବଞ୍ଚାଇବାର ନିର୍ଣ୍ଣାୟକ ଲଢ଼େଇ ଆଖ୍ୟା ଦେଇଛନ୍ତି।
ନିଜର ସ୍ୱତନ୍ତ୍ର ଶୈଳୀରେ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ମତାଧିକାର କ୍ଷୁଣ୍ଣ ହେବା ଭାରତୀୟ ଗଣତନ୍ତ୍ର ପ୍ରତି ବଡ଼ ବିପଦ, ତେଣୁ ସମସ୍ତେ ଗୁରୁବାର ବେଙ୍ଗାଲୁରୁ ଏବଂ ଅକ୍ଟୋବର ୧୦ରେ ଦିଲ୍ଲୀର ଯନ୍ତର ମନ୍ତରରେ ଭାରି ସଂଖ୍ୟାରେ ଏକତ୍ରିତ ହେବା ଆବଶ୍ୟକ।
ଅନ୍ୟପକ୍ଷରେ, ଅଭିନେତା ପ୍ରକାଶ ରାଜ ନିଜର ଚର୍ଚ୍ଚିତ ଫିଲ୍ମ ''ସିଙ୍ଘମ୍''ର ସଂଳାପ "ଆଲି ରେ ଆଲି, ଜ୍ଞାନୁ, ଆତା ତୁଝି ବାରି ଆଲି" (ଏବେ ତୁମ ପାଳି ଜ୍ଞାନୁ) ବୋଲି କହି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି।
ଏସଆଇଆର୍ ପ୍ରକ୍ରିୟାକୁ ଏକ କଳା ନିୟମ ଆଖ୍ୟା ଦେବା ସହ ସେ ଧ୍ରୁବ ରାଠୀଙ୍କ ସାହସକୁ ପ୍ରଶଂସା କରିଛନ୍ତି ଏବଂ ଛାତ୍ରସଂଗଠନ, ସାମାଜିକ ସଂସ୍ଥା ଓ ଭୋଟରଙ୍କୁ ଏହି ଆନ୍ଦୋଳନରେ ବ୍ୟାପକ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
Child Safety: "ଫିଲ୍ମ ମୋଡ୍ ରୁ ବାହାରନ୍ତୁ ମୁଖ୍ୟମନ୍ତ୍ରୀ": ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ବିଜୟଙ୍କୁ ଷ୍ଟାଲିନଙ୍କ ସମାଲୋଚନା ଅପରପକ୍ଷରେ, ନୂଆଦିଲ୍ଲୀରେ ମଧ୍ୟ କଂଗ୍ରେସ ଏବଂ ''ଇଣ୍ଡିଆ'' ମେଣ୍ଟର ବହୁ ଶୀର୍ଷ ନେତା ସିଇସିଙ୍କ ଇସ୍ତଫା ଦାବିରେ ନିର୍ବାଚନ କମିଶନ ଘେରାଉ କରିବାକୁ ଉଦ୍ୟମ କରି ପୁଲିସ ଦ୍ୱାରା ଅଟକ ହୋଇଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ସାଂସଦ ଅଟକ ହୋଇଥିବା ବେଳେ ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ନୂଆଦିଲ୍ଲୀର ଅକ୍ଟୋବର ୧୦ ମହାସମାବେଶ ପାଇଁ ଏଆଇଏସଏ, ଏଆଇଏସଏଫ୍, ଏସଏଫଆଇ ଏବଂ ଆପ୍ ର ଛାତ୍ର ଶାଖା ସିଜେପି ସହ ହାତ ମିଳାଇଥିବା ବେଳେ ବେଙ୍ଗାଲୁରୁରେ ଧ୍ରୁବ ରାଠୀ ଓ ପ୍ରକାଶ ରାଜଙ୍କ ଏହି ଆନ୍ଦୋଳନ ଆଗାମୀ ଦିଲ୍ଲୀ ସମାବେଶ ପାଇଁ ଏକ ବଡ଼ ପୃଷ୍ଠଭୂମି ତଥା ମାହୋଲ ପ୍ରସ୍ତୁତ କରିସାରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।