Assam Rifles Recruitment 2026: ୩୫୪ ପଦବୀ ପାଇଁ ବଡ଼ ନିଯୁକ୍ତି, ଜାଣନ୍ତୁ କେଉଁମାନେ, କେବେଠାରୁ କରିବେ ଆବେଦନ

Sep 26, 2026 - 19:13
Assam Rifles Recruitment 2026: ୩୫୪ ପଦବୀ ପାଇଁ ବଡ଼ ନିଯୁକ୍ତି, ଜାଣନ୍ତୁ କେଉଁମାନେ, କେବେଠାରୁ କରିବେ ଆବେଦନ

ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ। ଆସାମ ରାଇଫଲ୍ସ ପକ୍ଷରୁ ଟେକ୍ନିକାଲ୍ ଓ ଟ୍ରେଡ୍ସମ୍ୟାନ୍ ଗ୍ରୁପ୍-ସିର ମୋଟ ୩୫୪ଟି ପଦବୀ ପାଇଁ ବିସ୍ତୃତ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ୱାରେଣ୍ଟ ଅଫିସର, ହାବିଲଦାର ଓ ରାଇଫଲମ୍ୟାନ୍‌ର ବିଭିନ୍ନ ଟେକ୍ନିକାଲ୍, ମେଡିକାଲ୍ ଓ ଟ୍ରେଡ୍ ପଦବୀ ରହିଛି।

ଯୋଗ୍ୟ ପ୍ରାର୍ଥୀମାନେ ୨୮ ସେପ୍ଟେମ୍ବର ୨୦୨୬ରୁ ଅନଲାଇନ୍ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୮ ଅକ୍ଟୋବର ୨୦୨୬ ରାତି ୧୧ଟା ୫୯ ମିନିଟ୍ ରହିଛି। ନିଯୁକ୍ତି ୨୩ ନଭେମ୍ବର ୨୦୨୬ରୁ ଆରମ୍ଭ ହେବା ପ୍ରସ୍ତାବିତ, ତେବେ ତାରିଖରେ ପରିବର୍ତ୍ତନ ହୋଇପାରେ।

କେଉଁ ପଦରେ କେତେ ଖାଲି ପଦ?

ମୋଟ ୩୫୪ଟି ପଦବୀ ମଧ୍ୟରୁ ସର୍ବାଧିକ ୧୨୪ଟି ପଦ ୱାରେଣ୍ଟ ଅଫିସର (ସିଫର) ପାଇଁ ରହିଛି। ଏହାଛଡ଼ା ରାଇଫଲମ୍ୟାନ୍ ଇଲେକ୍ଟ୍ରିକାଲ୍ ଫିଟର ସିଗ୍ନାଲ୍, ଲାଇନମ୍ୟାନ୍ ଫିଲ୍ଡ, ଆର୍ମରର୍, ଭେହିକଲ୍ ମେକାନିକ୍, ମେସନ୍, ୱେଲ୍ଡର୍ ଓ ଅନ୍ୟାନ୍ୟ ଟ୍ରେଡ୍‌ରେ ମଧ୍ୟ ନିଯୁକ୍ତି ହେବ।

ପ୍ରମୁଖ ପଦବୀ ମଧ୍ୟରେ ୱାରେଣ୍ଟ ଅଫିସର (ସିଫର)-୧୨୪, ରାଇଫଲମ୍ୟାନ୍ ଇଲେକ୍ଟ୍ରିକାଲ୍ ଫିଟର ସିଗ୍ନାଲ୍-୩୨, ରାଇଫଲମ୍ୟାନ୍ ଆର୍ମରର୍-୨୯, ରାଇଫଲମ୍ୟାନ୍ ମେସନ୍-୨୯, ରାଇଫଲମ୍ୟାନ୍ ଭେହିକଲ୍ ମେକାନିକ୍-୨୩ ଓ ରାଇଫଲମ୍ୟାନ୍ ଇଲେକ୍ଟ୍ରିସିଆନ୍ ମୋଟର ଭେହିକଲ୍-୨୨ଟି ପଦ ରହିଛି।

କିଏ କରିପାରିବେ ଆବେଦନ?

ପଦ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିଛି। ବହୁ ଟେକ୍ନିକାଲ୍ ଟ୍ରେଡ୍ ପାଇଁ ଦଶମ ପାସ୍ ସହ ସମ୍ପର୍କିତ ITI କିମ୍ବା ଟ୍ରେଡ୍ ଯୋଗ୍ୟତା ଆବଶ୍ୟକ। 

ସେହିପରି ୱାରେଣ୍ଟ ଅଫିସର ଓ ମେଡିକାଲ୍ ସମ୍ପର୍କିତ ପଦ ପାଇଁ ପୃଥକ ଶିକ୍ଷାଗତ ଓ ପ୍ରଫେସନାଲ୍ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅପରେସନ୍ ଥିଏଟର ଟେକ୍ନିସିଆନ୍ ଓ ଫିଜିଓଥେରାପିଷ୍ଟ ପଦ ପାଇଁ ସମ୍ପର୍କିତ ମେଡିକାଲ୍ କିମ୍ବା ଟେକ୍ନିକାଲ୍ ଯୋଗ୍ୟତା ଦରକାର।

ବୟସ ସୀମା କେତେ?

  • ସାଧାରଣ ଭାବେ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବୟସ ଗଣନା ୧ ଜୁଲାଇ ୨୦୨୬ ଆଧାରରେ ହେବ।
  • SC/ST ପ୍ରାର୍ଥୀମାନେ ସର୍ବାଧିକ ୨୮ ବର୍ଷ ଓ OBC ପ୍ରାର୍ଥୀମାନେ ୨୬ ବର୍ଷ ପର୍ଯ୍ୟନ୍ତ ବୟସ ଛାଡ଼ ପାଇପାରିବେ।

କିପରି ହେବ ଚୟନ?

ଚୟନ ପ୍ରକ୍ରିୟା ଏକାଧିକ ପର୍ଯ୍ୟାୟରେ ହେବ। ଏଥିରେ ଶାରୀରିକ ମାନକ ପରୀକ୍ଷା (PST), ଶାରୀରିକ ଦକ୍ଷତା ପରୀକ୍ଷା (PET), କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା, ଟ୍ରେଡ୍ କିମ୍ବା ସ୍କିଲ୍ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ୍, ମେଡିକାଲ୍ ପରୀକ୍ଷା ଓ ଅନ୍ତିମ ମେରିଟ୍ ଲିଷ୍ଟ ରହିବ।

ଶାରୀରିକ ମାନକ

ସାଧାରଣ ଶ୍ରେଣୀର ପୁରୁଷ ପ୍ରାର୍ଥୀଙ୍କ ପାଇଁ ନ୍ୟୁନତମ ଉଚ୍ଚତା ୧୭୦ ସେମି ଓ ଛାତି ୮୦-୮୫ ସେମି ରହିଛି।

ଗଢ଼ୱାଳ, କୁମାଉଁ, ଡୋଗ୍ରା, ମରାଠା ଏବଂ ପୂର୍ବୋତ୍ତର ରାଜ୍ୟ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଲଦାଖ ଅଞ୍ଚଳ ପାଇଁ ଉଚ୍ଚତା ୧୬୫ ସେମି ଏବଂ ଛାତି ୭୮-୮୩ ସେମି ରହିଛି। ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ଉଚ୍ଚତା ୧୬୨.୫ ସେମି ଏବଂ ଛାତି ୭୬-୮୧ ସେମି ଧାର୍ଯ୍ୟ କରାଯାଇଛି।

ଦୌଡ଼ ପରୀକ୍ଷା

  • ଲଦାଖ ବ୍ୟତୀତ ଅନ୍ୟ ଅଞ୍ଚଳର ପ୍ରାର୍ଥୀଙ୍କୁ ୫ କିଲୋମିଟର ଦୌଡ଼ ୨୪ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।
  • ଲଦାଖ ଅଞ୍ଚଳର ପ୍ରାର୍ଥୀଙ୍କ ପାଇଁ ୧.୬ କିଲୋମିଟର ଦୌଡ଼ ୭ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ମାନକ ରହିଛି।

ଆବେଦନ ଶୁଳ୍କ

ସାଧାରଣ, OBC ଓ EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି। SC, ST ଓ ପୂର୍ବତନ ସେନାକର୍ମୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

କିପରି କରିବେ ଆବେଦନ?

ପ୍ରାର୍ଥୀମାନେ ଆସାମ ରାଇଫଲ୍ସର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ପ୍ରଥମେ ଟେକ୍ନିକାଲ୍ ଓ ଟ୍ରେଡ୍ସମ୍ୟାନ୍ ନିଯୁକ୍ତି ଲିଙ୍କ୍ ଖୋଲି ଯୋଗ୍ୟତା ଯାଞ୍ଚ କରିବାକୁ ପଡ଼ିବ। ଏହାପରେ ବ୍ୟକ୍ତିଗତ ଓ ଶିକ୍ଷାଗତ ତଥ୍ୟ ଭରି, ଆବଶ୍ୟକ ଡକ୍ୟୁମେଣ୍ଟ ଓ ଫଟୋ ଅପଲୋଡ୍ କରି ଶୁଳ୍କ ଦାଖଲ କରିବାକୁ ହେବ।

ଫର୍ମ ସବମିଟ୍ କରିବା ପୂର୍ବରୁ ସମସ୍ତ ତଥ୍ୟ ଠିକ୍ ଭାବେ ଯାଞ୍ଚ କରିବା ଉଚିତ। ଆବେଦନ ଫର୍ମ ଓ ପେମେଣ୍ଟ ରସିଦର ଏକ କପି ସୁରକ୍ଷିତ ରଖିବା ଭଲ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।