Assam Student Death: ନୃତ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ଛାତ୍ରୀଙ୍କ ରେଳଧାରଣାରୁ ମୃତଦେହ ଉଦ୍ଧାର
"ଗୁଆହାଟୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରେଳଧାରଣା ନିକଟରୁ ଆସାମର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଏକ ନୃତ୍ୟ ପ୍ରତିଯୋଗିତାରେ ଭାଗନେବା ପରେ ଛାତ୍ରୀ ଜଣକ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୧୨ଟା ୧୫ରେ ବିଶାଖାପାଟଣା ଷ୍ଟେସନରୁ ୨୨୫୦୩ ନମ୍ବର ଟ୍ରେନ୍ ରେ ଚଢ଼ିଥିଲେ।
ଅବିନାଶ ନାମକ ଜଣେ ସ୍ଥାନୀୟ ପରିଚିତ ବ୍ୟକ୍ତି ତାଙ୍କୁ ଷ୍ଟେସନରେ ପହଞ୍ଚାଇଥିଲେ।ଟ୍ରେନ୍ ରେ ଚଢ଼ିବା ପରେ କୋଚ୍ ଭିତରେ ଥିବା କିଛି ନିଶାସକ୍ତ ପୁରୁଷଙ୍କ ଯୋଗୁଁ ସେ ନିଜକୁ ଅସୁରକ୍ଷିତ ମନେ କରୁଥିବା ନେଇ ନିଜ ଭାଉଜ, ମା" ଓ ଜଣେ ବାନ୍ଧବୀଙ୍କୁ ଫୋନ୍ କରି ଜଣାଇଥିଲେ।
ଏଥିସହ କୋଚ୍ ଭିତରର ପରିସ୍ଥିତି ଭିଡିଓ କରି ଜଣେ ବାନ୍ଧବୀଙ୍କୁ ମଧ୍ୟ ପଠାଇଥିଲେ।
ଛାତ୍ରୀଙ୍କ ଭାଉଜଙ୍କ କହିବା ଅନୁଯାୟୀ, ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୨ଟା ୩୦ରୁ ୩ଟା ମଧ୍ୟରେ ତାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଏହାପରେ ପରିବାର ପକ୍ଷରୁ ରେଳବାଇ ହେଲ୍ପଲାଇନ୍କୁ ସୂଚନା ଦିଆଯାଇଥିଲା।
ରେଳବିଭାଗ ପକ୍ଷରୁ ରେଳ ସୁରକ୍ଷା ବାହିନୀ(ଆରପିଏଫ)ର କର୍ମଚାରୀ ଏ ସମ୍ପର୍କରେ ଯାଞ୍ଚ କରିବେ ବୋଲି କହିଥିଲେ।Advertisment ସଠିକ୍ ତଦନ୍ତ ଦାବି ଅକ୍ଟୋବର ୭ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ରେଳଧାରଣା ନିକଟରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା।
ଏହାକୁ ନେଇ ପରିବାର ହତ୍ୟା ସନ୍ଦେହ ପ୍ରକାଶ କରିବା ସହ ଘଟଣାର ଠିକ୍ ତଦନ୍ତ ଦାବି କରିଛନ୍ତି।
ଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କିଛି ପଦକ୍ଷେପ ନିଆଯାଇଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
Delhi High Court: ଯନ୍ତରମନ୍ତରରେ ପ୍ରତିବାଦ ପାଇଁ ଯୁବ କଂଗ୍ରେସର ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ ଅନ୍ୟ ପକ୍ଷରେ ରେଳବିଭାଗ ସୂଚନା ଅନୁଯାୟୀ, ଅକ୍ଟୋବର ୬ ତାରିଖରେ "ରେଳ ମଦଦ" ପୋର୍ଟାଲ୍ ମାଧ୍ୟମରେ ଟ୍ରେନ୍ ରେ ଜଣେ ମହିଳା ଯାତ୍ରୀଙ୍କ ସହ ଦୁର୍ବ୍ୟବହାର ହେଉଥିବା ନେଇ ଅଭିଯୋଗ ମିଳିଥିଲା।
ଏହାପରେ ଜଣେ ସହକାରୀ ଉପନିରୀକ୍ଷକ (ଏଏସ୍ଆଇ) ଓ ଆରପିଏଫର କର୍ମଚାରୀମାନେ ଶ୍ରୀକାକୁଲମ ରୋଡ୍ ଷ୍ଟେସନରେ ଟ୍ରେନର ଜେନେରାଲ୍ ଓ ସ୍ଲିପର୍ କୋଚ୍ଗୁଡ଼ିକରେ ଯାଞ୍ଚ କରିଥିଲେ।
ହେଲେ ସେହି ସମୟରେ ଛାତ୍ରୀଙ୍କ ସନ୍ଧାନ ମିଳିନଥିଲା।
ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣାର ପରିସ୍ଥିତି ସମ୍ପର୍କରେ ତଦନ୍ତ ଚାଲିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।