Delhi Police: ପ୍ରତିବାଦ ସ୍ଥଳଠାରୁ ଦୂରରୁ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନଙ୍କୁ କହିଲା ଦିଲ୍ଲୀ ପୁଲିସ

Oct 09, 2026 - 15:16
Delhi Police: ପ୍ରତିବାଦ ସ୍ଥଳଠାରୁ ଦୂରରୁ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନଙ୍କୁ କହିଲା ଦିଲ୍ଲୀ ପୁଲିସ

"ନୂଆଦିଲ୍ଲୀ: ସାମ୍ବାଦିକମାନଙ୍କୁ ଗୃହବନ୍ଦୀ ରଖାଯାଇଥିବା ଅଭିଯୋଗ ମଧ୍ୟରେ ପ୍ରତିବାଦସ୍ଥଳଠାରୁ ଦୂରରୁ ଖବର ସଂଗ୍ରହ କରିବାକୁ ଦିଲ୍ଲୀ ପୁଲିସ କହିଛି।

ଶୁକ୍ରବାର ନୂଆଦିଲ୍ଲୀର ଅତିରିକ୍ତ ଡିସିପି ମଞ୍ଜିତ ଶେଓରାନ୍ ସାମ୍ବାଦିକମାନଙ୍କୁ ବିକ୍ଷୋଭ କଭରେଜ୍ କରିବା ସମୟରେ ପ୍ରତିବାଦକାରୀଙ୍କଠାରୁ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, କିଛି ଗଣମାଧ୍ୟମ କର୍ମଚାରୀ ପ୍ରତିବାଦରେ ଯୋଗ ଦିଅନ୍ତି ଓ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି।

ସାମ୍ବାଦିକତାର ଏକ ଭୂମିକା ଅଛି, କିନ୍ତୁ ଅନ୍ୟ ଭୂମିକା ସହିତ ନିଜକୁୁ ମିଶାଇବା କଥା ନୁହେଁ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ "ଏକ୍ସ"ରେ ପୋଷ୍ଟ କରି କୁହାଯାଇଛି।

ପ୍ରତିବାଦରେ ଯୋଗ ଦେବାରୁ ଲୋକଙ୍କୁ ରୋକିବା ପାଇଁ ଜୋରଜବରଦସ୍ତି ଟ୍ରେନରୁ ବାହାର କରାଯାଉଛି, ଘରୁ ଉଠାଇ ନିଆଯାଇଛି ଓ ଅଜ୍ଞାତ ସ୍ଥାନକୁ ନିଆଯାଇଛି ବୋଲି ଅଭିଯୋଗ ମଧ୍ୟରେ ଦିଲ୍ଲୀ ପୁଲିସର ପ୍ରତିକ୍ରିୟା ଆସିଛି।Advertisment ଆଇସା ମୁଖ୍ୟ ନେହା ବୋରା "ଏକ୍ସ"ରେ ଏକ ପୋଷ୍ଟ କରି କହିଛନ୍ତି, ଲୋକଙ୍କୁ ଟ୍ରେନ୍‌ରୁ ଟାଣି ଟାଣି ନିଆଯାଇଛି, ଘରୁ ଜୋରଜବରଦସ୍ତ ଉଠାଇ ଅଜ୍ଞାତ ସ୍ଥାନକୁ ନିଆଯାଇଛି।

ଏପରିକି ମସଜିଦଗୁଡ଼ିକରେ ମଧ୍ୟ ଲୋକଙ୍କୁ ପ୍ରତିବାଦରେ ଯୋଗ ନ ଦେବାକୁ କୁହାଯାଉଛି।

ଗଣତନ୍ତ୍ରରେ ପୁଲିସ କ"ଣ ଏହା କରିବା ପାଇଁ ଉଦ୍ଦିଷ୍ଟ?

ପୁଲିସ ବିଜେପିର ହାତବାରିସି ପରି କାର୍ଯ୍ୟ କରୁଛି, ନାଗରିକମାନଙ୍କୁ ସୁରକ୍ଷା ଦେବା ଓ ଆଇନକୁ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱାଧୀନ ଶକ୍ତି ନୁହେଁ।

ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି।

ଅକ୍ଟୋବର ୩ ତାରିଖରେ ଯନ୍ତର ମନ୍ତରରେ ଏକ ପ୍ରତିବାଦ ସମୟରେ ପୁଲିସ କର୍ମଚାରୀଙ୍କ ଦ୍ୱାରା ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ତିନି ଜଣ ମହିଳା ସାମ୍ବାଦିକଙ୍କ ଅଭିଯୋଗ ମାମଲାକୁ ଦିଲ୍ଲୀ ପୁଲିସ ଅଧିକ ତଦନ୍ତ ପାଇଁ କମଳା ମାର୍କେଟ ସ୍ଥିତ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।