Assam: ଆସାମରେ MBBS ପଢ଼ା ହେଲା ମହଙ୍ଗା; ପରିବାରର ବାର୍ଷିକ ଆୟ ଆଧାରରେ ନିର୍ଦ୍ଧାରିତ ହେବ ଫି'
"ଗୁଆହାଟୀ: ଆସାମର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଏମବିବିଏସ (MBBS) ଓ ବିଡିଏସ (BDS) ପାଠପଢ଼ା ଫି"ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି।
ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ, ଏବେ ଡାକ୍ତରୀ ପାଠପଢ଼ା ଫି"କୁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ସହିତ ଯୋଡ଼ାଯାଇଛି।
ଏହି ନୂତନ ଆୟ-ଭିତ୍ତିକ ଫି" ଢାଞ୍ଚା ଯୋଗୁଁ ଉଚ୍ଚ ଆୟବର୍ଗର ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଫି" ପ୍ରାୟ ୬ ଗୁଣ ପର୍ଯ୍ୟନ୍ତ ବୃଦ୍ଧିପାଇଥିବା ବେଳେ ଗରିବ ଓ କମ୍ ଆୟବର୍ଗର ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।Advertisment ଆହୁରି ପଢନ୍ତୁ :Rockfall: ପାହାଡ଼ରୁ ପଥର ଖସି ଅବସରପ୍ରାପ୍ତ ବାୟୁସେନା ଅଫିସର ମୃତ, ୨ ଆହତ ଆୟ ଅନୁସାରେ ଫି" ଢାଞ୍ଚା:୯ ଲକ୍ଷରୁ ଅଧିକ ଆୟ: ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୯ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କୁ ଏମବିବିଏସ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଏବଂ ବିଡିଏସ ପାଇଁ ୭୫,୦୦୦ ଟଙ୍କା ଫି" ଦେବାକୁ ପଡ଼ିବ।
ଆହୁରି ପଢନ୍ତୁ :Dynamite: ଡାଇନାମାଇଟ୍ କିପରି ଆବିଷ୍କୃତ ହୋଇଥିଲା?
ଜାଣନ୍ତୁ ନୋବେଲ୍ ପୁରସ୍କାର ଓ ଏହାର ସୃଷ୍ଟି ପଛର କାହାଣୀ ୪ ରୁ ୯ ଲକ୍ଷ ଆୟ: ବାର୍ଷିକ ୪ ଲକ୍ଷରୁ ୯ ଲକ୍ଷ ଟଙ୍କା ଆୟ ଥିବା ମଧ୍ୟମ ଆୟବର୍ଗର ପରିବାରର ଛାତ୍ରଛାତ୍ରୀଙ୍କୁ ଏମବିବିଏସ ପାଇଁ ବାର୍ଷିକ ୫୦,୦୦୦ ଟଙ୍କା ଏବଂ ବିଡିଏସ ପାଇଁ ୩୭,୫୦୦ ଟଙ୍କା ଦେବାକୁ ହେବ।
ଆହୁରି ପଢନ୍ତୁ :Delhi Content Creator: ଚାକିରି ଛାଡ଼ି ସୋସିଆଲ ମିଡିଆକୁ ଆପଣାଇଲେ ଯୁବତୀ: ବଖାଣିଲେ ତାଙ୍କ ରୋଜଗାର ବିପିଏଲ ଓ କମ୍ ଆୟବର୍ଗ: ବିପିଏଲ ଓ କମ୍ ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଏମବିବିଏସ ଫି" ମାତ୍ର ୫,୦୦୦ ଟଙ୍କା ଏବଂ ବିଡିଏସ ପାଇଁ ୩,୭୫୦ ଟଙ୍କା ରଖାଯାଇଛି।
କାହିଁକି ବୃଦ୍ଧି ପାଇଲା ଫି"?୨୦୨୨ ମସିହା ପରଠାରୁ ଆସାମର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଫି" ବୃଦ୍ଧି ହୋଇନଥିଲା।
ମେଡିକାଲ କଲେଜଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ଲକ୍ଷ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ପରିବାରଠାରୁ ଶିକ୍ଷା ଖର୍ଚ୍ଚର ସଠିକ୍ ପରିମାଣ ଆଦାୟ କରି ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇଦେବା।
ଆହୁରି ପଢନ୍ତୁ :Table Tennis: ଚାଇନା ସ୍ମାସ୍: କ୍ବାର୍ଟରରେ ମାନବ-ମନୁଷ ଏହି ନୂଆ ଫି" ନିୟମ ଚଳିତ ଶିକ୍ଷାବର୍ଷରୁ ହିଁ ନାମଲେଖା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ।
ଏହାଛଡ଼ା, କୌଣସି ଅପ୍ରତ୍ୟାଶିତ କାରଣ କିମ୍ବା ଗୁରୁତର ସମସ୍ୟା ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହେବାର ସମ୍ଭାବନା ଥିଲେ କଲେଜର ପ୍ରିନ୍ସିପାଲମାନଙ୍କୁ ସରକାରୀ ଫି"ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବାରସ୍ୱତନ୍ତ୍ରଅଧିକାର ମଧ୍ୟ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।