Cricket: ଟ୍ବେଣ୍ଟି-୨୦ ମାନ୍ୟତା: କ୍ୟାରିୟରର ଶ୍ରେଷ୍ଠ ସପ୍ତମ ସ୍ଥାନରେ ଆୟର

Oct 07, 2026 - 15:50
Cricket: ଟ୍ବେଣ୍ଟି-୨୦ ମାନ୍ୟତା: କ୍ୟାରିୟରର ଶ୍ରେଷ୍ଠ ସପ୍ତମ ସ୍ଥାନରେ ଆୟର

"ଦୁବାଇ: ଭାରତୀୟ ଅଧିନାୟକ ଶ୍ରେୟସ ଆୟର ବୁଧବାର ପ୍ରକାଶିତ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମଙ୍ଗଳବାର ମ୍ୟାଚ୍‌ରେ ସେ ୪୩ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ଅପରାଜିତ ୧୦୨ ରନ୍‌ କରିଥିଲେ।

ତାଙ୍କର ଏହି ଶତକୀୟ ପାଳି ବଳରେ ଭାରତ ୩୨ ବଲ୍‌ ପୂର୍ବରୁ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା।Advertisment ଏହି ମ୍ୟାଚ୍‌ ବିଜୟୀ ପାଳି ଯୋଗୁଁ ଶ୍ରେୟସ ମାନ୍ୟତାରେ ବଡ଼ ଲମ୍ଫ ଦେଇଛନ୍ତି।

ସେ ୧୮ ସ୍ଥାନ ଉଠି ନିଜ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ସପ୍ତମ ସ୍ଥାନ ଅଧିକାର କରିଛନ୍ତି।

ତାଙ୍କ ସହ ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ୧୦ରେ ୪ ଜଣ ଭାରତୀୟ ରହିଛନ୍ତି।

ଈଶାନ କିଶନ ୯୦୨ ପଏଣ୍ଟ୍‌ ସହ ଶୀର୍ଷରେ ଥିଲା ବେଳେ ଅଭିଷେକ ଦ୍ବିତୀୟ ଓ ତିଳକ ବର୍ମା ଦଶମରେ ରହିଛନ୍ତି।

ବୋଲିଂରେ ଭାରତରୁ କେବଳ ଅକ୍ଷର ପଟେଲ (ସପ୍ତମ) ଓ ଯଶପ୍ରୀତ ବୁମ୍‌ରା (ଦଶମ) ଶୀର୍ଷ ୧୦ରେ ରହିଛନ୍ତି।

ବିଶ୍ବ ବିଜେତା ଭାରତ ପୂର୍ବ ପରି ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି।

Cricket: ଫୁଟବଲ ମ୍ୟାଚ୍‌ ପୂର୍ବରୁ କ୍ରିକେଟ୍‌ ଖେଳିଲା ଉରୁଗୁଏ ଦଳ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ବିରାଟ କୋହଲି ଗୋଟିଏ ସ୍ଥାନ ଖସି ତୃତୀୟରେ ରହିଛନ୍ତି।

ରୋହିତ ଶର୍ମା ଚତୁର୍ଥ ଓ କେଏଲ୍‌ ରାହୁଲ ଦଶମରେ ରହିଛନ୍ତି।

ବୋଲିଂ ମାନ୍ୟତାରେ ଭାରତର କୁଲଦୀପ ଯାଦବ (ଷଷ୍ଠ) କେବଳ ଶୀର୍ଷ ୧୦ ଭିତରେ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।