Assaulted Over Witchcraft ଗୁଣିଗାରେଡ଼ି ସନ୍ଦେହରେ ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼

Sep 30, 2026 - 21:29
Assaulted Over Witchcraft ଗୁଣିଗାରେଡ଼ି ସନ୍ଦେହରେ ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼

"ଭଦ୍ରକ(ହରିହର ନାୟକ): ଗୁଣିଗାରେଡ଼ି ସନ୍ଦେହରେ  ଗାଁ ଦାଣ୍ଡରେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିବା ଘଟଣାକୁ ନେଇ ଏବେ ଜିଲ୍ଲାରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

Advertisment Murder: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ପିଟିପିଟି ମାରିଦେଲେ ଆକ୍ରମଣ ନେଇ ବାଣିତିଆ ଗାଁରେ ପୀଡ଼ିତା ମହିଳା ଓ ତାଙ୍କ ପରିବାର ଆଜି (ବୁଧବାର) ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଚଳିତ ମାସ ୨୭ ତାରିଖ  ଅପରାହ୍ନ ୨ଟା ସମୟରେ ବାଣିତିଆ ଗାଁରେ କେତେକ ଲୋକ ପୀଡ଼ିତାଙ୍କ ଘରେ ପଶିଥିଲେ।

ସେହି ସମୟରେ ତାଙ୍କ ସ୍ବାମୀ କିମ୍ବା ପୁଅ ଘରେ ନଥିଲେ।

ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଘୋସାଡ଼ି ମାଡ଼ମାରିଥିଲେ।

Black magic incident: ଗୁଣିଗାରେଡ଼ି ସନ୍ଦେହରେ ଜଘନ୍ୟକାଣ୍ଡ: ଯୁବକଙ୍କୁ ମାରି ପୋଡ଼ିଦେଲେ, ୨୫ ଜଣ ଗିରଫପରେ ସରପଞ୍ଚଙ୍କ ହସ୍ତକ୍ଷେପରେ ସେ ଉଦ୍ଧାର ହୋଇଥିଲେ।

ଅଟୋରେ ଡାକ୍ତରଖାନା ଯାଉଥିଲା ବେଳେ ପୁଣିଥରେ ଗ୍ରାମବାସୀମାନେ ତାଙ୍କୁ ଅଟୋରୁ ଟାଣି ନେଇ ମାଡ଼ ମାରିଥିଲେ।

ସେହି ସମୟରେ ସୂଚନା ପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡଗ୍ରାମାଞ୍ଚଳ ପୁଲିସ ଘଟଣାକୁ ଗୁରୁତର ସହ ନେଇଛି।

ଏହି ଘଟଣା ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୬୯୯/୨୬ ରେ ଏକ ମାମଲା ରୁଜୁ କରାଯାଇଛି।ଅଭିଯୁକ୍ତଙ୍କୁ ଥାନାକୁ ପଚରାଉଚରା ନିମନ୍ତେ ଡକାଇଥିବା ବେଳେ କେହି ଥାନାକୁ ଆସୁନଥିବା ପୁଲିସ କହିଛି।

ବର୍ତ୍ତମାନ ଆଇନାନୁସାରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।