BJP office: ଶ୍ରୀଲଙ୍କାର ଶାସକ ଜେଭିପି ପ୍ରତିନିଧିଦଳର ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ପରିଦର୍ଶନ
"ନୂଆଦିଲ୍ଲୀ: ଶ୍ରୀଲଙ୍କାର ଶାସକ ଜନତା ବିମୁକ୍ତି ପେରାମୁନା (ଜେଭିପି)ର ଏକ ପାଞ୍ଚଜଣିଆ ପ୍ରତିନିଧିଦଳ ବୁଧବାର ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିଛି।
ଜେଭିପିର ସାଧାରଣ ସମ୍ପାଦକ ଟିଲଭିନ୍ ସିଲଭାଙ୍କ ନେତୃତ୍ୱରେ ଆସିଥିବା ଏହି ଦଳକୁ ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା ସ୍ୱାଗତ କରିଥିଲେ।
Advertisment ବିଜେପିର ନିମନ୍ତ୍ରଣକ୍ରମେ ଜେଭିପି ପ୍ରତିନିଧିଦଳ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିଛି।
ପ୍ରତିନିଧିଦଳରେ ଟିଲଭିନ୍ ସିଲଭାଙ୍କ ସହ ଜେଭିପି କେନ୍ଦ୍ରୀୟ କମିଟି ସଦସ୍ୟ ଚନ୍ଦ୍ରିକା ଆଦିକାରୀ, ସାଂସଦ ଅବୁବକର ଆଥାମ୍ବାୱା, ଜିଲ୍ଲା କମିଟି ସଦସ୍ୟ କାବିଲାନ୍ ସୁନ୍ଦରମୂର୍ତ୍ତି ଏବଂ ଅନ୍ତର୍ଜାତୀୟ ବିଭାଗର ସଦସ୍ୟ କଳ୍ପନା ମଧୁଭାଷିଣୀ ଅଛନ୍ତି।
ଏହା ପୂର୍ବରୁ ସୋମବାର ପ୍ରତିନିଧିଦଳ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍ ସନ୍ତୋଷଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଭେଟି ଆଲୋଚନା କରିଥିଲା।
ଆଗାମୀ କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ସାକ୍ଷାତ ରହିଛି।
Jay Dholkia CM Mohan Majhi: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା ବିଜେପି ଅନୁସାରେ, ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦଳ ମଧ୍ୟରେ ଯୋଗାଯୋଗ ବଢ଼ାଇବା, ସଂଗଠନ ସମ୍ପର୍କିତ ଅଭିଜ୍ଞତା ଆଦାନପ୍ରଦାନ କରିବା ଏବଂ ସମ୍ପର୍କକୁ ଆହୁରି ଗଭୀର କରିବା।
ଜେଭିପି ହେଉଛି ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ନେତୃତ୍ୱାଧୀନ ଏକ ମାର୍କ୍ସବାଦୀ-ବାମପନ୍ଥୀ ରାଜନୈତିକ ଦଳ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।