Assistant Sub-Inspector: ସୁବେଦାର ଓ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦବିରେ ଚାକିରି ସୁଯୋଗ
"ଭୋପାଳ: ମଧ୍ୟପ୍ରଦେଶ କର୍ମଚାରୀ ଚୟନ ମଣ୍ଡଳ ପକ୍ଷରୁ ସୁବେଦାର ଏବଂ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦବିରେ ନିଯୁକ୍ତି ପାଇଁ ଅଧିକୃତ ବିଜ୍ଞପ୍ତି ଜାରି ହୋଇଛି।
ମଧ୍ୟପ୍ରଦେଶରେ ଏହି ପଦବିରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ୨୦୨୬ ସେପ୍ଟେମ୍ବର ୨୪ରୁ ଅଧିକୃତ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।ଏହି ପଦବିଗୁଡ଼ିକ ପାଇଁ ଆବେଦନର ଶେଷ ତାରିଖ ୨୦୨୬ ଅକ୍ଟୋବର ୮ ଧାର୍ଯ୍ୟ କରାଯାଇଛି।
ଆବେଦନ ଫର୍ମରେ ସଂଶୋଧନ କରିବାର ଶେଷ ତାରିଖ ୨୦୨୬ ଅକ୍ଟୋବର ୧୩ ରହିଛି।Advertisment କେବେ ହେବ ପରୀକ୍ଷା?
ସୁବେଦାର ଏବଂ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦ ପାଇଁ ଲିଖିତ ପରୀକ୍ଷା ୨୦୨୬ ନଭେମ୍ବର ୩ରେ ଅନୁଷ୍ଠିତ ହେବ।
ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ।
ପ୍ରଥମ ସିଫ୍ଟ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ।
କେତେ ମିଳିବ ଦରମା?
ସୁବେଦାର ପଦରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ୩୬,୨୦୦ ଟଙ୍କାରୁ ୧,୧୪,୮୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।ସେହିପରି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ୧୯,୫୦୦ ଟଙ୍କାରୁ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା ଆବେଦନ କରିବା ପାଇଁ ପ୍ରାର୍ଥୀ ଭାରତର କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ଏହା ସହିତ ପଦ ଅନୁସାରେ ଆବଶ୍ୟକ ଅନ୍ୟାନ୍ୟ ଯୋଗ୍ୟତା ମଧ୍ୟ ରହିବା ଦରକାର।
ବୟସ ସୀମା ପ୍ରାର୍ଥୀଙ୍କ ବୟସ ଅକ୍ଟୋବର ୮, ୨୦୨୬ ଆଧାରରେ ଗଣନା କରାଯିବ।
ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୩ ବର୍ଷ ଧାର୍ଯ୍ୟ କରାଯାଇଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।
ଆବେଦନ ଶୁଳ୍କ ସୁବେଦାର ଏବଂ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ।• ଅଣସଂରକ୍ଷିତ ବର୍ଗ: ୫୦୦ ଟଙ୍କା• ଏସଟି, ଏସସି ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀ: ୨୫୦ ଟଙ୍କା• ମଧ୍ୟପ୍ରଦେଶର ଏସଟି ଓ ଏସସି ପ୍ରାର୍ଥୀ: ୧୦୦ ଟଙ୍କା ପାକିସ୍ତାନ: ନମାଜ ପାଠବେଳେ ମସଜିଦ୍କୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି; ୧୬ ମୃତ, ୫୦ ଆହତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।