ASSOCHAM’s O-LEAD 2026: ଆସୋଚାମ୍‌ର ‘ଓ-ଲିଡ୍ ୨୦୨୬’ ଉଦ୍‌ଯାପିତ

Oct 10, 2026 - 20:44
ASSOCHAM’s O-LEAD 2026: ଆସୋଚାମ୍‌ର ‘ଓ-ଲିଡ୍ ୨୦୨୬’ ଉଦ୍‌ଯାପିତ

"ଭୁବନେଶ୍ୱର: ଆସୋଚାମ ପକ୍ଷରୁ ଆୟୋଜିତ ଦୁଇଦିନିଆ "ଓ-ଲିଡ୍ ୨୦୨୬ - ଓଡ଼ିଶା: ଦ ଗ୍ଲୋବାଲ୍ ଗ୍ରୋଥ୍ ହବ୍" ସମ୍ମିଳନୀ ଶନିବାର ଭୁବନେଶ୍ୱରରେ ଉଦ୍‌ଯାପିତ ହୋଇଯାଇଛି।

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ, ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତ୍ତା, ମିଳିତ ଗବେଷଣା ତଥା ନବସୃଜନର ବ୍ୟାବସାୟୀକରଣ ଉପରେ ଏଥିରେ ଆହ୍ୱାନ ଦିଆଯାଇଛି।Advertisment ଆଗାମୀ ପିଢ଼ିର ନିଯୁକ୍ତି ସୁଯୋଗ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଦକ୍ଷତା ବିକାଶ ଓ ଶିକ୍ଷା ଜରୁରୀ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ କହିଥିଲେ।

ବ୍ରିଟିସ ଡେପୁଟି ହାଇକମିସନର ଡ.

ଆଣ୍ଡ୍ର୍ୟୁ ଫ୍ଲେମିଂ "ଭାରତ-ବ୍ରିଟେନ ମିଳିତ ଭିଜନ ୨୦୩୫"ର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।

ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଶିକ୍ଷା ବ୍ୟାପକତା ଏବଂ ପାଠପଢ଼ାର ଫଳାଫଳକୁ ଉନ୍ନତ କରିବାରେ ଏଆଇ ବ୍ୟବହାରର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ।

SI recruitment exam scam: ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ୯ ସ୍ଥାନରେ ଇଡି ଚଢ଼ଉ, କୋଟି କୋଟି ଟଙ୍କା କାରବାରର ଖୋଳତାଡ଼ ଲୋକସଭା ସାଂସଦ ଡ.

ରବିନାରାୟଣ ବେହେରା ନିଯୁକ୍ତି ଉପରେ ଏଆଇର ପ୍ରଭାବ ଏବଂ ଏଆଇ ପ୍ରଯୁକ୍ତିର ପ୍ରୟୋଗ ଦ୍ବାରା ଲିଭିଯାଉଥିବା ଭାଷାଗତ ବିବିଧତା ଉପରେ ମତ ରଖିଥିଲେ।

ଆସୋଚାମର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଭାଗର ବରିଷ୍ଠ ନିର୍ଦ୍ଦେଶିକା ତଥା ମୁଖ୍ୟ ପରମିନ୍ଦର ଜିତ୍ କୌର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆସୋଚାମର ଓଡ଼ିଶା ରାଜ୍ୟ ବିକାଶ ପରିଷଦ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ସହ-ଅଧ୍ୟକ୍ଷ ଡ.

ପ୍ରବୋଧ ମହାନ୍ତି, ଶିକ୍ଷା ପରିଷଦ ଅଧ୍ୟକ୍ଷ ଡ.

ଆଲେକ୍‌ଜାଣ୍ଡାର ଦାସ, ଆସୋଚାମ ଓଡ଼ିଶା ରାଜ୍ୟ ବିକାଶ ପରିଷଦ ପରାମର୍ଶଦାତା ଅସିତ ତ୍ରିପାଠୀ ଏବଂ ଷ୍ଟାର୍ଟଅପ୍ ପରିଷଦ ଅଧ୍ୟକ୍ଷ ଅବନୀଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।