Attack: ୟୁକ୍ରେନ୍ରେ ରୁଷୀୟ ଆକ୍ରମଣରେ ୭ ମୃତ, ୩ ଶିଶୁ ସାମିଲ
"କିଭ୍: ୟୁକ୍ରେନ୍ର ଦକ୍ଷିଣାଞ୍ଚଳ ଜାପୋରିଝିଆରେ ଆକାଶମାର୍ଗରୁ ରୁଷୀୟ ସେନାର ଆକ୍ରମଣରେ ଅନ୍ତତଃ ୭ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି।
ଶନିବାର ଆବାସିକ କୋଠାଗୁଡ଼ିକୁ ଲକ୍ଷ୍ୟ କରି ରୁଷ୍ ବୋମାମାଡ଼ କରିଥିବା ଅଞ୍ଚଳର ସାମରିକ ପ୍ରଶାସନ ମୁଖ୍ୟ ମିଖାଇଲୋ ସେମିକିନ୍ କହିଛନ୍ତି।
ଏଥିରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।
ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛନ୍ତି।Advertisment ଏହି ଆକ୍ରମଣ ଏପରି ସମୟରେ ହୋଇଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ୍ରୁ ଡିଜେଲ୍ କିଣିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଚୁକ୍ତି ଘୋଷଣା କରିଛନ୍ତି।
ଗତ ଚାରି ଦିନ ମଧ୍ୟରେ ୟୁକ୍ରେନ୍ରେ ରୁଷୀୟ ବୋମାମାଡ଼ରେ ୫୫ରୁ ଅଧିକ ଲୋକ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି।
ଟ୍ରମ୍ପ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ ଯେ ରୁଷ୍ ତୁରନ୍ତ ୩ ଲକ୍ଷ ଟନ୍ରୁ ଅଧିକ ଡିଜେଲ୍ ଯୋଗାଇବ।
ଏହା ପରେ ନଭେମ୍ବରରେ ଆଉ ୫ ଲକ୍ଷ ଟନ୍ ଏବଂ ତା"ପରେ ୧୦ ଲକ୍ଷ ଟନ୍ ଡିଜେଲ୍ ଯୋଗାଣ କରାଯିବ।
ଏହା ବ୍ୟତୀତ ଅଳ୍ପ ସମୟ ମଧ୍ୟରେ ଆଉ ୩୦ ଲକ୍ଷ ଟନ୍ ଡିଜେଲ୍ ଯୋଗାଣ କରାଯିବ ବୋଲି ସେ କହିଛନ୍ତି।
ଆମେରିକାରେ ଇନ୍ଧନ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ ବୋଲି ଟ୍ରମ୍ପ କହିଛନ୍ତି।
ଏହି ନିଷ୍ପତ୍ତି ରୁଷ୍ର ଯୁଦ୍ଧକାଳୀନ ତୈଳ ଓ ଗ୍ୟାସ୍ ଆୟ ଉପରେ କଟକଣା ଲଗାଇବା ପାଇଁ ଆମେରିକା ପୂର୍ବରୁ ନେଇଥିବା ପଦକ୍ଷେପର ବିପରୀତ ବୋଲି ମନେ କରାଯାଉଛି।
ଗତ ମାସରେ ଟ୍ରମ୍ପ ରୁଷ୍ ବିରୋଧରେ କଠୋର କଟକଣା ଆଇନରେ ସ୍ୱାକ୍ଷର କରିଥିଲେ।
ଆମେରିକାର ଏହି ଚୁକ୍ତିକୁ ୟୁକ୍ରେନ୍ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ସମାଲୋଚନା କରିଛନ୍ତି।
Cyber attacks: ୩୨ କୋଟି ଲୋକଙ୍କ ତଥ୍ୟ ଚୋରି: ବିଶ୍ବବ୍ୟାପୀ ବଢ଼ୁଛି ସାଇବର୍ ଆକ୍ରମଣ ତାଙ୍କ ମତରେ, ରୁଷ୍କୁ ଡିଜେଲ୍ ବିକ୍ରି କରିବାର ସୁଯୋଗ ଦେଲେ ଏହାର ଯୁଦ୍ଧ ଚଳାଇବା ପାଇଁ ଆର୍ଥିକ ସମ୍ବଳ ବଢ଼ିବ।
ଏହା ଶାନ୍ତି ପ୍ରତିଷ୍ଠା ପରିବର୍ତ୍ତେ ଯୁଦ୍ଧକୁ ଅଧିକ ଦିନ ଧରି ଚାଲୁ ରଖିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ଟ୍ରମ୍ପ ଏହି ଚୁକ୍ତି ଘୋଷଣା କରିବା ସମୟରେ ତାଙ୍କର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ ଜାମାତା ଜାରେଡ୍ କୁଶନର୍ ମିଆମିରେ ୟୁକ୍ରେନ୍ର ପ୍ରତିନିଧିମାନଙ୍କ ସହ ଯୁଦ୍ଧ ବନ୍ଦ କରିବା ପ୍ରସ୍ତାବ ଉପରେ ଆଲୋଚନା କରୁଥିଲେ।
ଏହି ଆଲୋଚନାକୁ ଆମେରିକା ରୁଷ୍ ସହ ଡିଜେଲ୍ ଚୁକ୍ତି ପାଇଁ ବାହାନା ଭାବେ ବ୍ୟବହାର କରୁଛି ବୋଲି ଜେଲେନ୍ସ୍କି ଅଭିଯୋଗ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।