Atapattu’s: ଆଟାପାଟୁଙ୍କ ରେକର୍ଡ ସ୍ପେଲ୍‌: ୨୧ ବଲ୍‌ରେ ୭ ୱିକେଟ୍‌

Sep 04, 2026 - 11:10
Atapattu’s: ଆଟାପାଟୁଙ୍କ ରେକର୍ଡ ସ୍ପେଲ୍‌: ୨୧ ବଲ୍‌ରେ ୭ ୱିକେଟ୍‌

"ଦୁବାଇ: ଚଳିତ ମହିଳା ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜେତା ଶ୍ରୀଲଙ୍କା ଅଧିନାୟିକା ଚାମିରା ଆଟାପାଟଉ ନୂଆ ରେକର୍ଡ କରିଛନ୍ତି।

ଇଣ୍ଡୋନେସିଆ ବିପକ୍ଷ ଗ୍ରୁପ୍‌-ବି" ମ୍ୟାଚ୍‌ରେ ସେ ୨୧ଟି ବଲ୍‌ ପକାଇ ୫ ରନ୍‌ ବ୍ୟୟ କରି ୭ ୱିକେଟ୍‌ ନେଇଛନ୍ତି।

ତାଙ୍କର ଏହି ୭/୫ ଚମତ୍କାର ସ୍ପେଲ୍‌ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ପାଇଁ ପ୍ରଥମ।Advertisment ଆଟାପାଟୁ ୭୫ ରନ୍‌ରେ ବିଜୟୀ ପୂର୍ବରୁ ଏହି ରେକର୍ଡ ଜିମ୍ବାୱେର ଇଷ୍ଟର ଏମ୍‌ବୋଫାନା (୬/୧୧)ଙ୍କ ନାମରେ ଥିଲା।

ଏମ୍‌ବୋଫାନା ୨୦୨୧ରେ ସ୍ବସ୍ତିନି ବିପକ୍ଷରେ ହାସଲ କରିଥିଲେ।

ପ୍ରଥମ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୬୨ ରନ୍‌ରେ ୬ ୱିକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।

ହେଲେ ଶେଷ ଆଡ଼କୁ ନୀଳଶିଖା ସିଲ୍‌ଭା (୫୦, ୩୫ ବଲଙ୍କ)ଙ୍କ ଅର୍ଦ୍ଧଶତକ ବଳରେ ୧୨୪/୭ କରିଥିଲା।

ଜବାବରେ ଆଟାପାଟୁଙ୍କ ଚମତ୍କାର ସ୍ପେଲ୍‌ ଯୋଗୁଁ ଇଣ୍ଡୋନେସିଆ ୧୮.୩ ଓଭରରେ ମାତ୍ର ୪୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଫଳରେ ମ୍ୟାଚ୍‌କୁ ୭୫ ରନ୍‌ରେ ଜିତି ନେଇଥିଲା।

Hookah Peeke Aata hun: ଧୋନି କହିଲେ: “ହୁକ୍କା ପିଇକି ଆସୁଛି”, ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।