Attack: କୋର୍ଟ ପରିସରରେ ମହିଳାଙ୍କ ଉନ୍ମତ୍ତ କାଣ୍ଡ; ଲୁହାଛଡ଼ରେ କଲେ ଆକ୍ରମଣ
ଝରିଗାଁ/ ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ଜେଏମଏଫସି କୋର୍ଟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି।
ଏକ ମାମଲାର ଅଭିଯୋଗକାରିଣୀ ମହିଳା ବ୍ୟାଗରେ ଲୁହା ଛଡ଼ ଲୁଚାଇ ଆଣି ବିଚାରପତି ସ୍ମିତା ଲାକ୍ରା, ସହକାରୀ ସରକାରୀ ଓକିଲ (ଏପିପି) ପ୍ରଦୀପ କୁମାର ପଟ୍ଟନାୟକ ଏବଂ କୋର୍ଟ ଏଏସଆଇ ମୀନକେତନ ଗନ୍ତାୟତଙ୍କ ଉପରକୁ ପ୍ରାଣାନ୍ତକ ଆକ୍ରମଣ କରି ଉନ୍ମତ କାଣ୍ଡ ଘଟାଇଛନ୍ତି ବୋଲି କହିଛନ୍ତି ଝରିଗାଁ ଥାନା ଅଧିକାରୀ ରଚିତା ମାଡକାମୀ।
ଏନେଇ ଝରିଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇ ମାମଲାର ଅଭିଯୁକ୍ତକୁ ଗିରଫ କରାଯାଇଛି।
Advertisment ଝରିଗାଁ ବ୍ଲକର କରଷାହାଣ୍ଡି ଗ୍ରାମର ସନମତି ମାଝୀ(ଅଙ୍ଗନୱାଡୀ କର୍ମୀ) ନାମକ ଜଣେ ମହିଳାଙ୍କର ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ସମ୍ପର୍କିତ ଏକ ମାମଲା ଏହି କୋର୍ଟରେ ବିଚାରାଧୀନ ରହିଛି।
ଗତ ୨ଦୁଇ ତାରିଖ ଦିନ ଏହି ମାମଲାର ଶୁଣାଣୀ ଝରିଗାଁ ଜେଏମଏଫସି କୋର୍ଟରେ ରହିଥିଲା।
ଉକ୍ତ ଦିନ ମହିଳା ଜଣକ ଅନୁପସ୍ଥିତ ରହିଥିଲେ।
ଆଜି ଦିନ ପ୍ରାୟ ୧ଟା ସମୟରେ, ସାକ୍ଷୀମାନଙ୍କ ଜେରା କାର୍ଯ୍ୟ ଶେଷ କରି ଏପିପି ଶ୍ରୀ ପଟ୍ଟନାୟକ ବାର୍ ରୁମ୍କୁ ଆସିଥିଲେ।
ସେଠାରେ 'ଜି.ଆର୍.
୧୪/୨୦୨୬' ମାମଲାର ଅଭିଯୋଗକାରିଣୀ ସନ୍ମତି ମାଝୀଙ୍କ ସହ ହୋଇଥିଲା।
ଶ୍ରୀ ପଟ୍ଟନାୟକ ଫୋନ୍ରେ କଥା ହେଉଥିବା ସମୟରେ, ଅଭିଯୁକ୍ତ ସନମତି ହଠାତ୍ ବିନା କୌଣସି କାରଣରେ ଏକ ଲୁହା ରଡ୍ (ଯାହାକୁ ସେ ଏକ ହଳଦିଆ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଲୁଚାଇ ଆଣିଥିଲେ) ଦ୍ୱାରା ଏପିପି ମୁଣ୍ଡକୁ ଆଘାତ କଲେ ଏବଂ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କଲେ।
ଏଥିରେ ଏପିପିଙ୍କ ମୁଣ୍ଡ ପାଟିଯାଇ ରକ୍ତାକ୍ତ ହୋଇଥିଲେ।
କୋର୍ଟ କର୍ମଚାରୀ, ଅନ୍ୟ ସାକ୍ଷୀମାନେ ଏବଂ ଝରିଗାଁର ମାନ୍ୟବର ଜେ.ଏମ୍.ଏଫ୍.ସି.
ସ୍ମିତା ଲାକ୍ରା ଏପିପିଙ୍କୁ ଉଦ୍ଧାର କରିବାକୁ ଆସିଥିଲେ।
ସେତେବେଳେ ଅଭିଯୁକ୍ତ ସନମତିର ଜେ.ଏମ୍.ଏଫ୍.ସି.ଙ୍କୁ ମଧ୍ୟ ଆକ୍ରମଣ କଲେ।
ଫଳରେ ତାଙ୍କ କପାଳ ଫୁଲିଗଲା ଏବଂ ମଝି ଆଙ୍ଗୁଠି ହାଡ଼ ଭାଙ୍ଗିଗଲା।
Python Killed Goat: ଆନନ୍ଦପୁରରେ ଅଭାବନୀୟ: ଛେଳିକୁ ଗିଳି ଦେଲା ଅଜଗର ଅଭିଯୁକ୍ତା ଏହା ସହ ସି.ଏସ୍.ଆଇ.
ମୀନାକେତନ ଗନ୍ତାୟତଙ୍କୁ ମଧ୍ୟ ସେହି ଲୁହା ରଡ୍ରେ ଆକ୍ରମଣ କଲେ, ଯାହା ଫଳରେ ତାଙ୍କ କପାଳରେ ଆଘାତ ଲାଗିଲା।
ଅଭିଯୁକ୍ତ ପୂର୍ବରୁ ପ୍ରସ୍ତୁତ ହୋଇ ଏକ ଲୁହା ରଡ୍ ସାଙ୍ଗରେ ଆଣିଥିବାରୁ, ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ ବୋଲି ମନେହୁଏ ବୋଲି ଏପିପି ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି।
ଆକ୍ରମଣରେ ବ୍ୟବହୃତ ଲୁହା ରଡ୍ଟିକୁ ସି.ଏସ୍.ଆଇ.
ଜବତ କରିଥିବା ବେଳେ ଝରିଗାଁ ଥାନାରେ ମାମଲା ରୁଜୁ କରାଯାଇଛି।
ଏହି ରକ୍ତାକ୍ତ ଆକ୍ରମଣରେ ଏପିପି ଶ୍ରୀ ପଟ୍ଟନାୟକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୋର୍ଟ ଭଳି ଅତ୍ୟନ୍ତ ସୁରକ୍ଷିତ ପରିସର ମଧ୍ୟକୁ ଜଣେ ମହିଳା କିଭଳି ଓ କାହିଁକି ଲୁହା ଛଡ଼ ନେଇ ପ୍ରବେଶ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏହା ସହ କୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ଘଟଣାକୁ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ସଂଗ୍ରାମ ମହାନ୍ତି, ସିଜେଏମ୍ ଝରିଗାଁ ଜେଏମଏଫସି କୋର୍ଟକୁ ଯାଇ ଜେଏମଏଫସି ଶ୍ରୀମତି ଲାକ୍ରାଙ୍କ ସହ ଘଟଣା ସମ୍ପର୍କରେ ପୁଚାରି ବୁଝିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।