Attack: ତେହେରାନର ପ୍ରତିଶୋଧ: ଟ୍ରମ୍ପଙ୍କ ଚେତାବନୀ ସତ୍ତ୍ୱେ ଆମେରିକା ଘାଟି ଉପରେ ଆକ୍ରମଣ

Sep 03, 2026 - 20:41
Attack: ତେହେରାନର ପ୍ରତିଶୋଧ: ଟ୍ରମ୍ପଙ୍କ ଚେତାବନୀ ସତ୍ତ୍ୱେ ଆମେରିକା ଘାଟି ଉପରେ ଆକ୍ରମଣ

"ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଶୋଧମୂଳକ ଆକ୍ରମଣର ଚେତାବନୀ ସତ୍ତ୍ୱେ ଇରାନ ଗୁରୁବାର କୁଏତରେ ଥିବା ଆମେରିକା ସାମରିକ ଘାଟି ଉପରେ ଭୟାବହ ଆକ୍ରମଣ କରିଛି।

ଦୁଇ ଦିନ ତଳେ ଆମେରିକାର ବ୍ୟାପକ ବୋମାମାଡ଼ ଯୋଗୁଁ ୧୯ ଜଣ ଇରାନୀୟ ନାଗରିକ ପ୍ରାଣ ହରାଇଥିଲେ।

ଏହାର ଜବାବରେ ଇରାନ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।Advertisment ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ସେନା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି।

ଅପରପକ୍ଷରେ ତେହେରାନ ପଶ୍ଚିମ ଏସିଆରେ ଥିବା ଆମେରିକାର ସାମରିକ ଲକ୍ଷ୍ୟସ୍ଥଳଗୁଡ଼ିକୁ ଟାର୍ଗେଟ୍ କରିଛି।

କୁଏତ ସେନା ପକ୍ଷରୁ କୁହାଯାଇଛି ଯେ ସେମାନେ ଇରାନରୁ ଆସୁଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ଆକାଶରେ ପ୍ରତିହତ କରିଛନ୍ତି।

ଇରାନ ସୁରକ୍ଷା ମୁଖ୍ୟ ମହସେନ ରେଜାଇ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ ଏହି ଯୁଦ୍ଧରେ ଏକ ନୂତନ ରଣନୀତି ଗ୍ରହଣ କରିଛି ଯାହା ଶତ୍ରୁର ମୂଳଦୁଆକୁ ଦୋହଲାଇ ଦେବ।

ସୂଚନାଯୋଗ୍ୟ ଆମେରିକା ଏବେ ସାମରିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଇରାନର ଅର୍ଥନୀତିକୁ ପଙ୍ଗୁ କରିବା ପାଇଁ ତାର ବାଣିଜ୍ୟିକ ସହଯୋଗୀ ଦେଶଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ସର୍ବୋଚ୍ଚ ଚାପ ପ୍ରୟୋଗ କରିବା ଆରମ୍ଭ କରିଛି।

ଆମେରିକା ବର୍ତ୍ତମାନ ଇରାନର ବନ୍ଦରଗୁଡ଼ିକୁ ଅବରୋଧ କରିବା ପାଇଁ ସାମୁଦ୍ରିକ କଟକଣା ଜାରି ରଖିଛି।

Donald Trump: ଆମକୁ ନଜଣାଇ ଇରାନୀୟମାନେ ଶୌଚାଳୟ ବି ଯାଇପାରିବେ ନାହିଁ: ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।