Attack: ୟେମେନ୍‌ ବଜାର ଉପରେ ଆକ୍ରମଣ: ୭ ମୃତ, ୪୦ ଆହତ

Sep 27, 2026 - 19:13
Attack: ୟେମେନ୍‌ ବଜାର ଉପରେ ଆକ୍ରମଣ: ୭ ମୃତ, ୪୦ ଆହତ

"ସାନା: ୟେମେନରେ ହୁତି ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ତାଇଜ୍‌ ପ୍ରଦେଶର ମାୱିୟା ଜଙ୍କସନ୍‌ରେ ଏକ ବଜାରରେ ଥିବା ଦୋକାନ ଉପରେ ଆକ୍ରମଣରେ ଶିଶୁଙ୍କ ସମେତ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଓ ୪୦ ଜଣ ଲୋକ ଆହତ ହୋଇଛନ୍ତି।

ପରେ ୟେମେନର ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସରକାର କହିଥିଲେ ଯେ, ଏହାର ସେନା ସମାନ ଛକରେ ଥିବା ଏକ ହୁତି ସାମରିକ ଶିବିର ଓ ଯାନବାହନକୁ ଟାର୍ଗେଟ କରିଥିଲେ।Advertisment ୟେମେନ ସରକାରଙ୍କ ସାମରିକ ସୂତ୍ରରୁ ଜଣାପଡ଼ିଛି ଯେ, ହୁତି ଆତଙ୍କବାଦୀମାନେ ବଜାର ନିକଟରେ ସେମାନଙ୍କ ଶିବିର କରିଛନ୍ତି।

ୟେମେନରେ ଇରାନ-ସହଯୋଗୀ ହୁତି ବିଦ୍ରୋହୀ ଓ ସାଉଦି-ସମର୍ଥିତ ସୁରକ୍ଷାବାହିନୀ ମଧ୍ୟରେ ତୀବ୍ର ସାମରିକ ସଂଘର୍ଷ ମଧ୍ୟରେ ଏହି ଆକ୍ରମଣ ହୋଇଛି।

ଜାତିସଂଘ କହିଛି ଯେ, ସାମ୍ପ୍ରତିକ ଯୁଦ୍ଧରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି ଓ ୧,୨୦,୦୦୦ରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି।

ଲକ୍ଷ ଲକ୍ଷ ଲୋକ ମାନବୀୟ ସହାୟତା ଉପରେ ନିର୍ଭରଶୀଳ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।