Attack: ଆନ୍ଧ୍ରରେ ସ୍କୁଲ୍ ଭିତରେ ଛାତ୍ରୀଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ଏନ୍କାଉଣ୍ଟର କରିବାକୁ ପରିବାରର ଦାବି
ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଏକ ସରକାରୀ ସ୍କୁଲ୍ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଚେନ୍ସ’ (କରତ)ରେ ଆକ୍ରମଣ ଘଟଣାକୁ ନେଇ ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଅଭିଯୁକ୍ତକୁ ଏନ୍କାଉଣ୍ଟର କରିବାକୁ ସେମାନେ ପୁଲିସକୁ ଦାବି କରିଛନ୍ତି। ଛାତ୍ରୀଙ୍କ ଜେଜେବାପା ମୁଦାଗା କଟମାୟା କହିଛନ୍ତି ଯେ ଅଭିଯୁକ୍ତ ତାଙ୍କ ନାତୁଣୀକୁ ଏକତରଫା ପ୍ରେମ କରୁଥିବା କଥା ପରିବାର ଜାଣିନଥିଲା।
କଟମାୟା କହିଛନ୍ତି, ଯଦି ଅଭିଯୁକ୍ତର ଉଦ୍ଦେଶ୍ୟ ସମ୍ପର୍କରେ ଆଗରୁ ଜାଣିଥାନ୍ତେ, ତେବେ ନାତୁଣୀର ସୁରକ୍ଷା ପାଇଁ ସତର୍କ ରହିଥାନ୍ତେ। ଅଭିଯୁକ୍ତ ହଠାତ୍ ସ୍କୁଲ୍ରେ ପଶି ଆକ୍ରମଣ କରିଥିଲା। ଘଟଣାଟି ଶୁକ୍ରବାର ସକାଳ ପ୍ରାୟ ୧୦ଟା ୩୦ରେ ରାପ୍ତାଡୁ ଗାଁର ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟରେ ଘଟିଥିଲା। ଶ୍ରେଣୀରେ ପାଠପଢ଼ା ଚାଲିଥିବା ବେଳେ ଜଣେ ଯୁବକ ଚେନ୍ସ’ ଧରି ଭିତରକୁ ପଶି ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଅନନ୍ତପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ଛାତ୍ରୀଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁର ମଣିପାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
The Real-Life Love Story: ପରଦାର ରାମ-ସୀତାଙ୍କ ବାସ୍ତବ ପ୍ରେମକଥା
ପୁଲିସ ଅଭିଯୁକ୍ତକୁ ୨୧ ବର୍ଷୀୟ ହେମନ୍ତ ଓରଫ ଡୁମ୍ମୁ ବୋଲି ଚିହ୍ନଟ କରିଛି। ସେ ଆହତ ଛାତ୍ରୀଙ୍କ ମାମୁ ବୋଲି କୁହାଯାଉଛି। ପୁଲିସ ଅନୁସାରେ, ଛାତ୍ରୀ ତା’ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ତାଙ୍କୁ ହଇରାଣ କରୁଥିଲା। ଆକ୍ରମଣ ପରେ ସେ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସର ୧୨ରୁ ୧୫ଟି ଦଳ ଗଠନ କରାଯାଇଛି। ରାଜ୍ୟ ଶିକ୍ଷାମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ ଗୁରୁତର ଆହତ ଛାତ୍ରୀଙ୍କ ରକ୍ତସ୍ରାବ ନିୟନ୍ତ୍ରଣକୁ ଆସିଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଘଟଣାକୁ ନିନ୍ଦା କରି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।