01 NOVEMBER 2026

Welcome!

Unlock your personalized experience.
Sign Up

Accident: ଶୌଚ ହେବା ପାଇଁ ଯାଉଥିଲେ; ବାଇକ୍ ଧକ୍କାରେ ଯୁବକ ମୃତ

Nov 01, 2026 - 21:59
Accident: ଶୌଚ ହେବା ପାଇଁ ଯାଉଥିଲେ; ବାଇକ୍ ଧକ୍କାରେ ଯୁବକ ମୃତ

ବ୍ରହ୍ମଗିରି: ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କାଣ୍ଡଗଦା ପଞ୍ଚାୟତ ମୁଣ୍ଡାଳ ଗ୍ରାମର ଦିବଙ୍ଗତ କୃପାସିନ୍ଧୁ ପ୍ରଧାନଙ୍କ ପୁଅ ମାଧବ ପ୍ରଧାନ(୩୮)। 

ମାଧବ ଆଜି ଅପରାହଣରେ ଶୌଚ ହେବା ପାଇଁ ଯାଉଥିଲେ। ଏହି ସମୟରେ ତାଙ୍କ ଗ୍ରାମର ଜମ୍ବେଶ୍ବର ବାରିକଙ୍କ ପୁଅ ଗୁଲୁ ବାରିକ ଦ୍ରୁତ ଗତିରେ ଆସି ତାଙ୍କୁ ଜୋରରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ମାଧବ ଛିଟକି ପଡ଼ିଥିଲେ। ଏଥିରେ ତାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। କାନ ଓ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ପୁରୀ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରକାଶ ପରେ ଗାଁ ଓ ମେଡିକାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଛି। 

Helicopter crash: ହେଲିକପ୍ଟରରେ ୬ ଜଣଙ୍କ ମୃତ୍ୟୁ, ଯୋଶୀମଠ ନିକଟରେ ହେଲା ଦୁର୍ଘଟଣା

ମାଧବଙ୍କ ବିଧମା ମା’ ପତ୍ନୀ ଓ ୨ଟି ଶିଶୁକନ୍ୟା ରହିଛନ୍ତି। ସେମାନେ ଏବେ ବେସାହାରା ପାଲଟିଛନ୍ତି। କ୍ଷତିପୂରଣ ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବାଇକ୍ ଚାଳକ ଗୁଲୁ ଫେରାର ରହିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।