Attack: କଲମ୍ବିଆ ବିଦ୍ରୋହୀ ଶିବିର ଉପରେ ଭେନେଜୁଏଲା ସେନାର ଭୟଙ୍କର ଆକ୍ରମଣ; ୧୯ ମୃତ
କାରାକାସ୍: ଦକ୍ଷିଣ ଆମେରିକାର ଭେନେଜୁଏଲାରେ ସେନା କଲମ୍ବିଆର ସଶସ୍ତ୍ର ବିଦ୍ରୋହୀ ସଙ୍ଗଠନ ନ୍ୟାସନାଲ୍ ଲିବରେସନ୍ ଆର୍ମି (ଇଏଲ୍ଏନ୍)ର ଶିବିର ଉପରେ ଆକ୍ରମଣରେ ଅତିକମ୍ରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ଭେନେଜୁଏଲାର ଆପୁରେ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଘଟିଛି।
ରବିବାର ଏକ ମାନବାଧିକାର ସଙ୍ଗଠନ ଓ ସାମରିକ ସୂତ୍ରରୁ ଏହି ଖବର ମିଳିଛି।
Advertisment ମାନବାଧିକାର ସଙ୍ଗଠନ ଫୁଣ୍ଡାରେଡେସ୍ ପକ୍ଷରୁ ପ୍ରଥମେ ୯ ଜଣଙ୍କ ମୃତ୍ୟୁ ଖବର ଦିଆଯାଇଥିଲା।
ପରେ ସଙ୍ଗଠନର ସଂଯୋଜକ ଜୁଆନ୍ ଫ୍ରାନ୍ସିସ୍କୋ ଗାର୍ସିଆ କହିଛନ୍ତି, ଆଉ ୧୦ଟି ମୃତଦେହ ଆପୁରେ ରାଜ୍ୟର ରାଜଧାନୀ ସାନ୍ ଫର୍ନାଣ୍ଡୋକୁ ଅଣାଯାଇଛି।
ଏହାପରେ ମୃତକଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।
ମୃତକଙ୍କ ମଧ୍ୟରୁ ଅଧିକାଂଶ ଭେନେଜୁଏଲାର ନାଗରିକ ସାମରିକ ସୂତ୍ର ଅନୁସାରେ, ଜଙ୍ଗଲ ଭିତରେ ଥିବା ବିଦ୍ରୋହୀଙ୍କ ଶିବିରକୁ ଡ୍ରୋନ୍ ଓ ଯୁଦ୍ଧ ହେଲିକପ୍ଟର ଜରିଆରେ ଟାର୍ଗେଟ୍ କରାଯାଇଥିଲା।
ଆକ୍ରମଣ ଏତେ ଆକସ୍ମିକ ଥିଲା ଯେ ବିଦ୍ରୋହୀମାନେ ପ୍ରତିରୋଧ କରିବାକୁ ସୁଯୋଗ ପାଇ ନଥିଲେ।
ମୃତକଙ୍କ ମଧ୍ୟରୁ ଅଧିକାଂଶ ଭେନେଜୁଏଲାର ନାଗରିକ ବୋଲି ଦାବି କରାଯାଇଛି।
ଏହି ଆକ୍ରମଣରେ ଆମେରିକାର ଗୁଇନ୍ଦା ସଙ୍ଗଠନ ସିଆଇଏ ଓ ଏଫ୍ବିଆଇ ସହଯୋଗ କରିଥିବା ଜଣେ ଭେନେଜୁଏଲା ସାମରିକ ଅଧିକାରୀ ଦାବି କରିଛନ୍ତି।
ତେବେ ଏନେଇ ଆମେରିକା କିମ୍ବା ଭେନେଜୁଏଲା ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
ଭେନେଜୁଏଲା ଓ କଲମ୍ବିଆ ମଧ୍ୟରେ ପ୍ରାୟ ୨୨୦୦ କିଲୋମିଟର ଲମ୍ବା ସୀମା ରହିଛି।
ଏହି ଅଞ୍ଚଳରେ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀ ନିଶାଦ୍ରବ୍ୟ ଚାଲାଣ, ବେଆଇନ ଖଣି ଖନନ ଓ ଚୋରା କାରବାରରେ ଜଡ଼ିତ ଥିବା ଅଭିଯୋଗ ରହିଛି।
Cyclone Murasu: ଘନୀଭୂତ ହେଲା ବାତ୍ୟା 'ମୁରାସୁ', ନଭେମ୍ବର ୩ରେ ଅତିକ୍ରମ କରିବ ଆନ୍ଧ୍ର ଉପକୂଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।