Attack : ପୁରୀ ଓ ଜଗତସିଂହପୁରରେ ଦୁଇ ଆକ୍ରମଣ: ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଦୁଇ ଯୁବକ ଆହତ

Sep 19, 2026 - 14:19
Attack : ପୁରୀ ଓ ଜଗତସିଂହପୁରରେ ଦୁଇ ଆକ୍ରମଣ: ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଦୁଇ ଯୁବକ ଆହତ

"ଭୁବନେଶ୍ବର: ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଦୁଇଟି ଆକ୍ରମଣ ଘଟଣା ଘଟିଛି।

ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି।

ଉଭୟ ଘଟଣାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣାଗୁଡ଼ିକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ଶ୍ରୀରାମବଜାରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି।

Advertisment ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ବଳଙ୍ଗା ପୁଲିସ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ।

ଘଟଣାସ୍ଥଳରେ ପହଞ୍ଚି ପୁଲିସ ଛାନଭିନ୍ ଆରମ୍ଭ କରିଛି।

ସେହିପରି ଜଗତସିଂହପୁର ତରିକୁନ୍ଦ ଅଞ୍ଚଳରେ ସାବତ ଭାଇଙ୍କୁ କଟୁରୀରେ ଆକ୍ରମଣ ଅଭିଯୋଗ ହୋଇଛି ।

ଜମିବାଡ଼ି ବିବାଦକୁ ନେଇ ଦୁଇ ସାବତ ଭାଇ ଆଦିଲ ଖାନ ଓ ଆଦିମ ଖାନ, ଇମ୍ରାନ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆହତ ଇମ୍ରାନଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଆଦିଲ ଓ ଆଦିମ ଫେରାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ମଧ୍ୟ ବିବାଦକୁ ନେଇ ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ରହିଛି।

ଏନେଇ ଇମ୍ରାନଙ୍କ ପତ୍ନୀ ତରିକୁନ୍ଦ ଫାଣ୍ଡିରେ ଏତଲା ଦେଇଥିଲେ।

ତେବେ ଆଜି ସକାଳେ ଅଭିଯୁକ୍ତ ଦୁଇ ଭାଇ ପୁଣି ଘରେ ପଶି ଇମ୍ରାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ଆଦିଲ ଓ ଆଦିମ ଫେରାର ଥିବା ଜଣାପଡ଼ିଛି।

ଜଗତସିଂହପୁର ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି।

Health Minister: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା: ସ୍ୱାସ୍ଥ୍ୟ ବିଭାଗ ସଜାଗ, ରିପୋର୍ଟ ଆସିବା ପୂର୍ବରୁ ନିଷ୍କର୍ଷ ନୁହେଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।