Attack: ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ
ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଗୁମୁରା ଗାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖୁବାକୁ ମିଳିଛି।
ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁବରଣ ହୋଇଛି।
ଗୁମୁରା ଗ୍ରାମର ଦେବୁ ନାଏକ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରି ବାରିକ କଥାକୁ ନେଇ ଝଗଡା ଲାଗିଥିଲା।
Advertisment ବାପା ମା'ଙ୍କ ଝଗଡା ବନ୍ଦ କରିବା ପାଇଁ ତାଙ୍କ ପୁଅ ପପୁ ନାଏକ ପହଞ୍ଚି ଝଗଡା ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ।
କିନ୍ତୁ ପପୁର ବାପା ଉତ୍ୟକ୍ତ ହୋଇ ଏକ ଛୁରୀ ସାହାର୍ଯ୍ୟରେ ପପୁକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ।
ପପୁକୁ ଗୁରୁତର ଅବସ୍ଥାରେ ତା ମା ଓ ମାମୁଁ ଏକ ଅଟୋରେ ଚମ୍ପୁଆ ଉପଖଣ୍ଡ ଡାକୁର ଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଏଠାରେ ଡାକୁର ତାକୁ ମୃତ୍ଯୁ ଘୋଷଣା କରିଛନ୍ତି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ବାପା ଦେବୁ ନାଏକ ଫେରାର ହୋଇଥିବା ଜଣାପଡିଛି।
ଅନ୍ୟ ପଟେ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଡାକ୍ତର ଖାନା ନପହଞ୍ଚି ଥିବା ଜଣାପଡିଛି।
Death: ଅଭାବନୀୟ ଘଟଣା: ମୃତ୍ୟୁ ପରେ ବି ୧୨ ଘଣ୍ଟା ଟ୍ରେନ୍ରେ ପଡ଼ିରହିଲା ମୃତଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।