Attack: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ବିରୋଧ କରି ହିଂସା ଓ ପଥର ମାଡ଼

Aug 07, 2026 - 20:51
Attack: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ବିରୋଧ କରି ହିଂସା ଓ ପଥର ମାଡ଼

"ପାଟନା: ବିହାରର ପାଟନାରେ ଆଜି ଜିରୋ ମାଇଲ୍‌ରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯିବାପରେ ଏହି ଘଟଣାକୁ ବିରୋଧ କରି ଲୋକ ପ୍ରବଳ ତାତିଛନ୍ତି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମରଶରୀର ଧରି ଉତ୍ୟକ୍ତ ଜନତା ରାସ୍ତା ରୋକ କରିଥିଲେ।

ସେମାନେ ୩ଟି ପୁଲିସ ଜିପ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆାରେ ଭାଇରାଲ୍‌ ହେଉଛି।

ଏଥିରେ ଦେଖିବାକୁ ମିଳିଛି ‌ଯେ ଅନେକ ଗାଡ଼ିକୁ ଲୋକ ନିଆଁ ଲଗାଇ ଦେଉଛନ୍ତି ଏବଂ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।Advertisment ମର ଶରୀରକୁ ରାସ୍ତାରୁ କାଢ଼ି ଦିଆଯାଇଛି ଏବଂ ହିଂସାରେ ଯେଉଁମାନେ ସାମିଲ ସେମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ପାଟନା ସିଟି ଏସଡିଏମ୍‌ ସତ୍ୟମ ସହାୟ କହିଛନ୍ତି।

ଏଏସ୍‌ପି ରାଜ୍‌ କିଶୋର ସିଂହ କହିଛନ୍ତି, ପୀଡ଼ିତ ବ୍ୟକ୍ତି ରାସ୍ତା ପାର୍‌ କରୁଥିବାବେଳେ ଏକ କାର୍‌ ତାଙ୍କୁ ପିଟି ଦେଇଥିଲା। ‌ସେ କହିଛନ୍ତି , ଆମେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରୁଛୁ ଏବଂ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି।

Iran Conflict: ଇରାନରେ ଭୟଙ୍କର ସ୍ଥିତି: ମରଶରୀର ରଖିବାକୁ ନାହିଁ ସ୍ଥାନ!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।