RJD: ବିହାରରେ ସମସ୍ତ ସାଂଗଠନିକ ଶାଖା ଭାଙ୍ଗିଲା ଆରଜେଡି
"ପାଟନା: ରାଷ୍ଟ୍ରୀୟ ଜନତା ଦଳ ବିହାରରେ ଏହାର ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚାୟତ କମିଟି ସମେତ ସମସ୍ତ ସାଂଗଠନିକ ଶାଖାକୁ ଭାଙ୍ଗି ଦେଇଛି।
ଆରଜେଡି ମଧ୍ୟ ଏହାର ବିଭିନ୍ନ ସେଲ୍ ୟୁନିଟ୍ ଗୁଡ଼ିକୁ ଭାଙ୍ଗିଥିବା ନେଇ ଏକ ଔପଚାରିକ ବିବୃତି ଜାରି କରିଛି।
ଆରଜେଡି ରାଜ୍ୟ ସଭାପତି ମଙ୍ଗନି ଲାଲ୍ ମଣ୍ଡଳଙ୍କ ଦ୍ବାରା ଏହି ବିବୃତି ଗୁରୁବାର ସନ୍ଧ୍ୟାରେ ଜାରି କରାଯାଇଛି।
ବିହାରର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ଆରଜେଡିର ପରାଜୟ ପରେ ଆରଜେଡି ଦଳ ଏହାର ସାଂଗଠନିକ ଶାାଖା ଭାଙ୍ଗିବା ଘଟଣାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।Advertisment ଆରଜେଡି ପ୍ରାର୍ଥୀ ରେଖା ଗୁପ୍ତା ଉପନିର୍ବାଚନରେ ତାଙ୍କ ଅମାନତ ହରାଇଛନ୍ତି।
ଦଳ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜିଲ୍ଲା ସ୍ତର, ବ୍ଲକ୍ ସ୍ତର ଏବଂ ପଞ୍ଚାୟତ ସ୍ତର ସମେତ ପ୍ରତି ସ୍ତରରେ ଆରଜେଡିର ସାଂଗଠନିକ ଶାଖାକୁ ତୁରନ୍ତ ଭାଙ୍ଗି ଦିଆଯାଉଛି।
ଖୁବ୍ ଶୀଘ୍ର ରାଜ୍ୟରେ ସମସ୍ତ ସ୍ତରରେ ସାଂଗଠନିକ କମିଟିର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆରଜେଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
Tejashwi Yadav: ବିହାରରେ ରାଜନୈତିକ ଉଷ୍ମତା ବୃଦ୍ଧି କରୁଛି ଆରଜେଡି ନେତା ଶିବାନନ୍ଦ ତିୱାରୀଙ୍କ ବୟାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।