Attack: ହର୍ମୁଜ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ; ୩ଟି ତୈଳ ଟାଙ୍କର ଜଳିଗଲା

Oct 29, 2026 - 21:51
Attack: ହର୍ମୁଜ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ; ୩ଟି ତୈଳ ଟାଙ୍କର ଜଳିଗଲା

ଦୁବାଇ: ବିଶ୍ୱର ପ୍ରମୁଖ ପରିବହନ ଜଳପଥ ହର୍ମୁଜ ପ୍ରଣାଳୀ ର ଦକ୍ଷିଣ ଭାଗରେ ଏକ ଅନଧିକୃତ ମାର୍ଗ ଦେଇ ଗତି କରିବା ସମୟରେ ବିପଦପୂର୍ଣ୍ଣ ସାମୁଦ୍ରିକ ମାଇନ୍ ସଂସ୍ପର୍ଶରେ ଆସି ୩ଟି ବିଶାଳ ତୈଳ ଟାଙ୍କରରେ ଭୟାବହ ବିସ୍ଫୋରଣ ଘଟିଛି।

ଇରାନର ସରକାରୀ ଗଣମାଧ୍ୟମ ଦ୍ୱାରା ଗୁରୁବାର ଜାରି କରାଯାଇଥିବା ଇରାନର ସେନାର ଏକ ବିବୃତି ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

Advertisment ଇରାନ ସେନା ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉକ୍ତ ବାଣିଜ୍ୟିକ ଜାହାଜଗୁଡ଼ିକ ସେମାନଙ୍କର ରାଡାର ଏବଂ ନେଭିଗେସନ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ।

ଏହାସହ ସେମାନେ ଇରାନ ନୌସେନାର ଆନୁଷ୍ଠାନିକ ସତର୍କ ସୂଚନାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଅପରପକ୍ଷରେ, ବ୍ରିଟିଶ ସାମୁଦ୍ରିକ ସଂସ୍ଥା ୟୁକେଏମ୍‌ଟିଓ ଗୁରୁବାର ପ୍ରାରମ୍ଭିକ ସୂଚନା ଦେଇ କହିଥିଲା ଯେ ହର୍ମୁଜ ପ୍ରଣାଳୀରେ କେତେକ ମାଲବାହୀ ଜାହାଜରେ ନିଆଁ ଲାଗିଥିବା ନେଇ ରିପୋର୍ଟ ମିଳିଛି।

ତେବେ ସେହି ସମୟରେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ କିମ୍ବା ଏଥିରେ କୌଣସି ଜୀବନହାନି ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ ବିବରଣୀ ପ୍ରଦାନ କରାଯାଇ ନଥିଲା।

War: ଆମେରିକା-ଇରାନ ସଂଘର୍ଷ ଜାରି; ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଠପ୍‌!

ସୂଚନାଯୋଗ୍ୟ, ହର୍ମୁଜ ପ୍ରଣାଳୀ ହେଉଛି ସମଗ୍ର ବିଶ୍ୱର ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ପରିବହନ କେନ୍ଦ୍ର।

ବିଗତ ଫେବ୍ରୁଆରି ମାସରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ କ୍ରମାଗତ ଭାବେ ଏହି ଅନ୍ତର୍ଜାତୀୟ ଜଳପଥକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।