22 Industrial Projects ଓଡ଼ିଶାରେ ୩,୮୫୫ କୋଟିର ୨୨ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ସୃଷ୍ଟି ହେବ ୭,୭୬୫ ନିଯୁକ୍ତି ସୁଯୋଗ

Oct 29, 2026 - 22:34
22 Industrial Projects  ଓଡ଼ିଶାରେ ୩,୮୫୫ କୋଟିର ୨୨ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ସୃଷ୍ଟି ହେବ ୭,୭୬୫ ନିଯୁକ୍ତି ସୁଯୋଗ

୧୨ଟି ଜିଲ୍ଲାରେ ଉତ୍ପାଦନ, ଜୈବ ଇନ୍ଧନ, ମହାକାଶ ଓ ପ୍ରତିରକ୍ଷା, ଔଷଧ, ଭିତ୍ତିଭୂମି ଏବଂ ପର୍ଯ୍ୟଟନ କ୍ଷେତ୍ରର ୨୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି Advertisment ଭୁବନେଶ୍ଵର: ରାଜ୍ୟ ସ୍ତରୀୟ ୧୫୧ତମ ସିଙ୍ଗିଲ୍‌ ଉଇଣ୍ଡୋ କ୍ଲିୟରାନ୍ସ ଅଥୋରିଟି(ଏସଏଲଏସଡ଼ବ୍ଲୁ ସିଏ) ବୈଠକରେ ରାଜ୍ୟ ସରକାର ଆଜି ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୭,୭୬୫ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ଏସଏଲଏସଡବ୍ଲୁସିଏ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି ।

Odisha at UAE ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୟୁଏଇରେ 'ଦୁବାଇ ରୋଡ୍‌ସୋ', ୪୦୦ ନିବେଶକ ଓ ବ୍ୟବସାୟୀଙ୍କ ଯୋଗଦାନ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପର୍ଯ୍ୟଟନ, ଜୈବ ଇନ୍ଧନ, ଉତ୍ପାଦନ, ମହାକାଶ ଓ ପ୍ରତିରକ୍ଷା, ରସାୟନ ଓ ପେଟ୍ରୋରସାୟନ, ଭିତ୍ତିଭୂମି, ପ୍ଲାଷ୍ଟିକ୍, ଔଷଧ, ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର, ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ, କାଗଜ ଓ ପ୍ୟାକେଜିଂ ଆଦି ୧୧ଟି କ୍ଷେତ୍ର ରହିଛି ।

ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲା ଯଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ , କଟକ , ଗଞ୍ଜାମ , ଯାଜପୁର , ଝାରସୁଗୁଡ଼ା , ଖୋର୍ଦ୍ଧା , ନୟାଗଡ଼ , ପୁରୀ , ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବାକୁ ପ୍ରସ୍ତାବ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।