Automobile: ପାର୍ବଣ ପାଇଁ ଅଧିକ ଗାଡ଼ି ଉତ୍ପାଦନ; ଡିଲର୍ସିପ୍ରେ ପହଞ୍ଚୁଛି ଅଧିକ ଗାଡ଼ି
"ନୂଆଦିଲ୍ଲୀ: ପାର୍ବଣ ଋତୁ ହେଉଛି କିଣାକିଣିର ସବୁଠୁ ବଡ଼ ସମୟ।
ଏହି ସମୟରେ ବେତନଭୋଗୀମାନେ ଦରମା ସହିତ ବୋନସ୍ ମଧ୍ୟ ପାଇଥାନ୍ତି।
ତେଣୁ ଅଧିକ ଟଙ୍କା ଦରକାର ହେଉଥିବା ଜିନିଷ କିଣିବାରେ ସେମାନେ ତାହାକୁ ବ୍ୟବହାର କରନ୍ତି।
ସେହି ଖର୍ଚ୍ଚର ଏକ ବଡ଼ ଭାଗ ଗାଡ଼ି କିଣିବାରେ ହୋଇଥାଏ।
ପାର୍ବଣ ଋତୁର ଚାହିଦାକୁ ନଜରରେ ରଖି କାର୍ କମ୍ପାନିଗୁଡ଼ିକ ନିଜର ଉତ୍ପାଦନ ବଢ଼ାଇଛନ୍ତି।
ଏଥି ସହିତ ଡିଲର୍ସିପ୍ଗୁଡ଼ିକୁ ମଧ୍ୟ ଅଧିକ ଗାଡ଼ି ପଠାଇବା ଆରମ୍ଭ କରିଛନ୍ତି।
Advertisment ମାରୁତି ସୁଜୁକି ପାଖରେ ପାର୍ବଣ ଋତୁ ପାଇଁ ୨,୨୦,୦୦୦ ଗାଡ଼ିର ବୁକିଂ ରହିଛି।
ହୁଣ୍ଡାଇ ମୋଟର ଇଣ୍ଡିଆ ମଧ୍ୟ ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତର ଆବଶ୍ୟକତା ପୂରଣ କରୁଥିବା ଗାଡ଼ିର ଷ୍ଟକ୍ ଡିଲରମାନଙ୍କ ପାଖରେ ରଖିଛି।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ମାସିକ ୬୮ ହଜାର ଗାଡ଼ି ଉତ୍ପାଦନ କରୁଛି।
କମ୍ପାନି ପ୍ରତିକ୍ଷା ସମୟକୁ ଯଥା ସମ୍ଭବ କମ୍ କରିବା ଉପରେ କାମ କରୁଛି।
ମାରୁତି ସୁଜୁକି ମଧ୍ୟ ପ୍ରତିକ୍ଷା ସମୟ କମ୍ କରିବା ଉପରେ କାମ କରୁଛି ଯାହା ବର୍ତ୍ତମାନ ୧୬ ଦିନ ପାଖାପଖି ରହିଛି।
Onion prices: ଆରମ୍ଭ ହେଲାଣି ପାର୍ବଣ ଋତୁ: ପନିପରିବା ଓ ଫଳ ଦର ଆକାଶ ଛୁଆଁ ହୁଣ୍ଡାଇ ମୋଟର ଇଣ୍ଡିଆର ଏମ୍ଡି ଓ ସିଇଓ ତରୁଣ ଗର୍ଗ କହିଛନ୍ତି, ବୁକିଂ କରିଥିବା ଗ୍ରାହକଙ୍କ ପାଖରେ ଗାଡ଼ି ପହଞ୍ଚାଇବା ଓ ଡିଲର୍ସିପ୍ରେ ଗାଡ଼ି ଉପଲବ୍ଧ ରଖିବା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଆମେ ଧ୍ୟାନ ଦେଉଛୁ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଟୋମୋଟିଭ୍ ଡିଭିଜନ୍ର ସିଇଓ ନଳିନୀକାନ୍ତ ଗୋଲଗୁଣ୍ଟା କହିଛନ୍ତି ଯେ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଆମେ ଆମର ମାସିକ ଏସ୍ୟୁଭି ଓ ଇଭି ଉତ୍ପାଦନ କ୍ଷମତାକୁ ୬୮ ହଜାରକୁ ବୃଦ୍ଧି କରିଛୁ।
ସେଥିପାଇଁ ଆମ ପ୍ରତିକ୍ଷା ସମୟ ବେଶ୍ ହ୍ରାସ ପାଇବା ସହ ବୁକିଂ ମଧ୍ୟ ଉତ୍ସାହଜନକ ରହିଛି।
ଚଳିତ ପାର୍ବଣ ଋତୁରେ ଗ୍ରାହକ ଚାହିଦା ବିକ୍ରିରେ ରୂପାନ୍ତରିତ ହେବ ବୋଲି କମ୍ପାନି ଆଶା ରଖିଥିବା ସେ କହିଛନ୍ତି।
ଭାରତୀୟ ଗାଡ଼ି ଶିଳ୍ପ ପାଇଁ ପାର୍ବଣ ଋତୁ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସମୟ।
ବିଶେଷ କରି ନବରାତ୍ରୀ, ଦଶହରା, ଧନତେରସ୍ ଓ ଦୀପାବଳିରେ ଅଧିକ ଗାଡ଼ି ବିକ୍ରି ହୋଇଥାଏ।
ଏହି ସମୟରେ ବିକ୍ରି ଯଥେଷ୍ଟ ବଢ଼ାଇବାକୁ ଉଭୟ ଡିଲରସିପ୍ ଓ ଗାଡ଼ି ନିର୍ମାତା ପ୍ରସ୍ତୁତ ରହିଥାନ୍ତି।
ଗାଡ଼ି ନିର୍ମାତାମାନେ ଉତ୍ପାଦନ ବଢ଼ାଇବା ସହ ଡିଲରଙ୍କ ପାଖରେ କିଭଳି ଅଧିକ ଗାଡ଼ି ପହଞ୍ଚାଇ ହେବ ତାହା ଉପରେ ଧ୍ୟାନ ଦେଉଛନ୍ତି।
ଗାଡ଼ି ଉପଲବ୍ଧ ଥିଲେ ଗ୍ରାହକମାନେ ଶୀଘ୍ର କିଣିବା ନିଷ୍ପତ୍ତି ନେଇପାରିବେ ବୋଲି କମ୍ପାନିଗୁଡ଼ିକ ଭାବୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।