Autorickshaw Overturned: ଦୁର୍ଗା ଘାଟିରେ ଅଟୋ ଓଲଟି ଜଣେ ମୃତ, ୫ ଆହତ
"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗା ଘାଟିରେ ଶନିବାର ଭୋରୁ ଏକ ଅଟୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଅନ୍ୟ ୪ ଜଣ ଆହତଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।Advertisment ଅଟୋରେ ୬ ଜଣ ଯାତ୍ରୀ ଥିଲେ ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ନାମନଗଡ଼ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ନିକଟ ଦୁର୍ଗା ଘାଟିରେ ଭୋରୁ ଏହି ଦୁର୍ଘଟଣା ଘଟିଥିଲା।
ଅଟୋରେ ମୋଟ ୬ ଜଣ ଯାତ୍ରୀ ଥିବାବେଳେ କୌଣସି କାରଣରୁ ଏହା ଘାଟିରେ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ସୁଣ୍ଡିଆଣି ଘାଣ୍ଟାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନିଆଯାଇଥିଲା।
ତେବେ ଘାଟିରେ ଅଟୋଟି କେଉଁ ପରିସ୍ଥିତିରେ ଓଲଟିଲା, ତାହା ସ୍ପଷ୍ଟ ହୋଇନାହିଁ।
Accident on NH-55: ଦ୍ରୁତଗତିରେ ଆସି ଡିଭାଇଡରରେ ପିଟିହେଲା ସ୍କର୍ପିଓ: ଶାଶୂ ଓ ଜ୍ୱାଇଁ ମୃତ; ୫ ଆହତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।