BA graduate builds flying car: BA ପାସ୍ ଯୁବକଙ୍କ କମାଲ! ୟୁଟ୍ୟୁବ୍ ଦେଖି ୧୩ ବର୍ଷରେ ତିଆରି କଲେ ଉଡ଼ନ୍ତା କାର୍
ବିଏ ପାସ୍ ନିର୍ମାଣ କଲେ ଉଡନ୍ତା କାର୍।
ବିନା ଇଞ୍ଜିନିୟରିଂ ଡିଗ୍ରୀରେ ୟୁଟ୍ୟୁବ ଦେଖି ବନେଇଲେ।
୧୩ ବର୍ଷର ପରିଶ୍ରମ ସଫଳ, ଆକାଶରେ ଉଡ଼ି ବୁଲିଲେ।
ତାଙ୍କ ପାଖରେ ନଥିଲା କୌଣସି ଟେକ୍ନିକାଲ ଡିଗ୍ରୀ।
କେବଳ ଇଣ୍ଟରନେଟ୍ରୁ ପାଠ ପଢ଼ି ଉତ୍ତରାଖଣ୍ଡ ଆଲମୋଡାର ଜଣେ କଳା ସ୍ନାତକ ଯୁବକ ରବି ତାମତା ଏକ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଉଡ଼ନ୍ତା କାର୍ ପ୍ରୋଟୋଟାଇପ୍ ନିର୍ମାଣ କରିଛନ୍ତି।
ଦୀର୍ଘ ୧୩ ବର୍ଷର କଠିନ ପରିଶ୍ରମ ଓ ଅନଲାଇନ୍ ଲର୍ଣ୍ଣିଂ ପରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିଙ୍ଗଲ୍ ସିଟର୍ ଗାଡ଼ି ହାପିଡା ସ୍କାଇନେକ୍ସ ଗତ ଅଗଷ୍ଟ ମାସରେ ଆଲମୋରାର ଏକ ସେନା ହେଲିପ୍ୟାଡ୍ରୁ ନିଜର ପ୍ରାରମ୍ଭିକ ପରୀକ୍ଷାମୂଳକ ଉଡ଼ାଣ ସଫଳତାର ସହ ଶେଷ କରିଛି।
ଏହା ପ୍ରାୟ ଏକ ମିନିଟ୍ ଧରି ଆକାଶରେ ରହିଥିଲା।
Advertisment ପାହାଡ଼ିଆ ଅଞ୍ଚଳରେ ଚିକିତ୍ସା ଓ ଜରୁରୀକାଳୀନ ଯାତାୟାତ ସମସ୍ୟାର ସମାଧାନ ପାଇଁ ରବି ଏହି ସ୍ୱପ୍ନ ଦେଖିଥିଲେ।
ଏହି ଗାଡ଼ିଟି ମଲ୍ଟି-ରୋଟର୍ ଡ୍ରୋନ୍ ଟେକ୍ନୋଲୋଜି ଉପରେ ଆଧାରିତ।
ଡ୍ରୋନ୍ ଭଳି ଏହା ସିଧା ଉପରକୁ ଉଠିବା ସହ ତଳକୁ ଅବତରଣ କରିପାରିବ।
ତେଣୁ ପାରମ୍ପରିକ ବିମାନ ଭଳି ଏହାକୁ ରନ୍ୱେ ଆବଶ୍ୟକତା ନାହିଁ।
ସମ୍ପୂର୍ଣ୍ଣ ବ୍ୟାଟେରୀ ଚାଳିତ ହୋଇଥିବାରୁ ଏଥିରେ କୌଣସି ପାରମ୍ପରିକ ବିମାନ ଇନ୍ଧନର ଆବଶ୍ୟକତା ପଡ଼େନାହିଁ।
ମେକାନିକ ପିତାଙ୍କ ସହଯୋଗରେ ଘରୋଇ ସ୍ତରରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି।
ଏହା ପୂର୍ବରୁ ମଧ୍ୟ ରବି ଚାର୍ଜିଂ ଜୋତା, ସ୍ମାର୍ଟ ବାଡ଼ି ଓ ଅଗ୍ନିଶମ ସରଞ୍ଜାମ ଭଳି ଅନେକ ଦେଶୀ ଉଦ୍ଭାବନ କରିଛନ୍ତି।
ତେବେ ବାଣିଜ୍ୟିକ ବ୍ୟବହାର ପାଇଁ ଏହି ଫ୍ଲାଇଙ୍ଗ କାର୍କୁ DGCA ର ସରକାରୀ ଅନୁମତି ଏବଂ ଆହୁରି ଅନେକ କଠିନ ସୁରକ୍ଷା ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ।
ଏହା ସତ୍ତ୍ୱେ, ନିଷ୍ଠା ଥିଲେ କ୍ଲାସରୁମ୍ ବାହାରେ ମଧ୍ୟ ବଡ଼ ସଫଳତା ପାଇହେବ, ତାହା ପ୍ରମାଣିତ କରି ଦେଖାଇଛନ୍ତି ରବି ତାମତା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।