Judge’s Minor Son Involved in Fatal Crash: ମର୍ସିଡିଜ୍ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ବଡ଼ ଆକ୍ସନ୍‌! ପଦରୁ ହଟିଲେ ପୋଲିସ କମିଶନର

Oct 28, 2026 - 12:35
Judge’s Minor Son Involved in Fatal Crash: ମର୍ସିଡିଜ୍ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ବଡ଼ ଆକ୍ସନ୍‌! ପଦରୁ ହଟିଲେ ପୋଲିସ କମିଶନର

ମର୍ସିଡିଜ୍‌ କାର୍‌ ଧକ୍କାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ।

ଅଭିଯୁକ୍ତ ନାବାଳକ, ବାପା ଅତିରିକ୍ତ ଜିଲ୍ଲା ଜଜ୍‌!

ମାମଲାର ତଦନ୍ତକୁ ନେଇ ଉଠିଲା ସାଂଘାତିକ ପ୍ରଶ୍ନ।

ଶେଷରେ ପୋଲିସର କାର୍ଯ୍ୟଶୈଳୀ ଉପରେ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି କେରଳ ପୋଲିସ।

କୋଚି ସିଟି ପୋଲିସ କମିଶନର କଲିରାଜ ମହେଶଙ୍କୁ ପଦରୁ ହଟାଯାଇଛି।

ତାଙ୍କ ସ୍ଥାନରେ ଆର୍‌ ନିଶାନ୍ଥିନୀଙ୍କୁ ନିଯୁକ୍ତ କରାଯାଇଛି।

Advertisment ସୂଚନା ଅନୁସାରେ, ଜଣେ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ ୧୭ ବର୍ଷୀୟ ପୁଅ ମର୍ସିଡିଜ୍‌ କାର୍‌ ଚଳାଉଥିବା ବେଳେ ଏକ ସ୍କୁଟିକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଜୟବାଲକୃଷ୍ଣନ ନାମକ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ମୃତକ ଜଣେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ଥିଲେ।

ପୋଲିସର କହିବା ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ନାବାଳକ ଜଣକ ଦ୍ରୁତଗତିରେ କାର୍‌ ଚଳାଇ ସୋସିଆଲ ମିଡିଆ ରିଲ୍‌ ପାଇଁ ଭିଡିଓ କରୁଥିଲେ।

ତଦନ୍ତକାରୀ ଅଧିକାରୀମାନେ ତାଙ୍କ ମୋବାଇଲ୍‌ରୁ ଦୁର୍ଘଟଣା ପୂର୍ବର ଦ୍ରୁତଗତିରେ ଗାଡ଼ି ଚାଳନା ସମ୍ପର୍କିତ ଫୁଟେଜ୍‌ ମଧ୍ୟ ଉଦ୍ଧାର କରିଥିବା ଜଣାପଡ଼ିଛି।

Advertisment ପ୍ରମାଣ ନଷ୍ଟ ଅଭିଯୋଗ, ତଦନ୍ତ ଘେରାରେ ବାପା!

ନାବାଳକର ବାପା ମୋବାଇଲ୍‌ରୁ ଭିଡିଓ ଡିଲିଟ୍‌ କରାଇଥିବା ଅଭିଯୋଗ ଉଠିଛି।

ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତରେ ସ୍ପଷ୍ଟ ହେବ।

ମାମଲାକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।

ପ୍ରଥମେ ନାବାଳକ ବିରୋଧରେ ବେପରୁଆ ଗାଡ଼ି ଚାଳନା ଓ ଅବହେଳାଜନିତ ମୃତ୍ୟୁ ସମ୍ପର୍କିତ ଧାରାରେ ମାମଲା ହୋଇଥିଲା।

ପରେ ମାମଲାକୁ ଅଧିକ ଗୁରୁତର କରାଯାଇ କାର୍‌ ମାଲିକ ତଥା ନାବାଳକର ବାପାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।

ଘଟଣାରେ ଅନ୍ୟ ଚାରିଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

ଏବେ ମାମଲାର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର ହୋଇଛି।

ମୃତକଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏହି ଘଟଣା ପୁଣି ଥରେ ପ୍ରଭାବଶାଳୀ ପରିବାରର ସଦସ୍ୟଙ୍କ ବିରୋଧରେ ଆଇନର ସମାନ ପ୍ରୟୋଗକୁ ନେଇ ପ୍ରଶ୍ନ ଉଠାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।