Baby Bath: ଶିଶୁକୁ କ୍ଷୀର ପିଆଇବାର ତୁରନ୍ତ ପରେ ଗାଧୋଇବା ଉଚିତ କି?

Oct 12, 2026 - 10:20
Baby Bath: ଶିଶୁକୁ କ୍ଷୀର ପିଆଇବାର ତୁରନ୍ତ ପରେ ଗାଧୋଇବା ଉଚିତ କି?

"ଭୁବନେଶ୍ୱର: ଶିଶୁର ଯତ୍ନ ନେବା ସମୟରେ ମାତାପିତାଙ୍କୁ ଅନେକ ଛୋଟବଡ଼ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ।

ବିଶେଷକରି ନବଜାତ ଓ ଛୋଟ ଶିଶୁଙ୍କୁ କ୍ଷୀର ପିଆଇବା, ଗାଧୋଇବା ଏବଂ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ।

ସେଥିମଧ୍ୟରୁ ଗୋଟିଏ ହେଉଛି, ଶିଶୁକୁ କ୍ଷୀର ପିଆଇବାର ତୁରନ୍ତ ପରେ ଗାଧୋଇବା ଠିକ୍ କି?

ନା ଏଥିପାଇଁ କିଛି ସମୟ ଅପେକ୍ଷା କରିବା ଆବଶ୍ୟକ?Advertisment ଶିଶୁରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଶିଶୁକୁ କ୍ଷୀର ପିଆଇବା କିମ୍ବା ଖାଦ୍ୟ ଖୁଆଇବାର ତୁରନ୍ତ ପରେ ଗାଧୋଇବା ପରିବର୍ତ୍ତେ କିଛି ସମୟ ଅପେକ୍ଷା କରିବା ଭଲ।

ଶିଶୁର ଆରାମ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଧୋଇବାର ଠିକ୍ ସମୟ ବାଛିବା ଜରୁରୀ।

କ୍ଷୀର ପିଇବା ପରେ ଶିଶୁକୁ ତୁରନ୍ତ ଗାଧୋଇବା ପରିବର୍ତ୍ତେ କିଛି ସମୟ ବିଶ୍ରାମ ଦେବା ଉଚିତ।

ଏହି ସମୟରେ ଶିଶୁକୁ ହେକୁଟି ମାରିବାରେ ସାହାଯ୍ୟ କରିବା ସହ ତାକୁ ଆରାମରେ ରଖିବା ଆବଶ୍ୟକ।

କ୍ଷୀର ପିଇବା ପରେ ତୁରନ୍ତ ଗାଧୋଇବା ଦ୍ୱାରା କେତେକ ଶିଶୁ ଅସ୍ୱସ୍ତି ଅନୁଭବ କରିପାରନ୍ତି ।

ତେବେ ଗାଧୋଇବା ଦ୍ୱାରା ହିଁ ଗ୍ୟାସ୍, ପେଟ ଖରାପ କିମ୍ବା ବାନ୍ତି ହୋଇଥାଏ ବୋଲି କହିବା ଠିକ୍ ନୁହେଁ।

ଶିଶୁର ଏଭଳି ସମସ୍ୟା ପଛରେ ଅନ୍ୟ କାରଣ ମଧ୍ୟ ଥାଇପାରେ।

୩୦ରୁ ୪୫ ମିନିଟ୍ ଅପେକ୍ଷା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଶିଶୁକୁ କ୍ଷୀର ପିଆଇବା କିମ୍ବା ଖାଦ୍ୟ ଖୁଆଇବା ପରେ ଅତି କମ୍ ରେ ୩୦ରୁ ୪୫ ମିନିଟ୍ ଅପେକ୍ଷା କରିବା ଉଚିତ।

ଏହି ସମୟ ମଧ୍ୟରେ ଶିଶୁକୁ ବିଶ୍ରାମ ଦିଅନ୍ତୁ ।

ଏହାପରେ ଶିଶୁର ଅବସ୍ଥା ଓ ଆରାମକୁ ଦେଖି ଗାଧୋଇବାର ବ୍ୟବସ୍ଥା କରନ୍ତୁ।

ଯଦି ଶିଶୁ କ୍ଷୀର ପିଇବା ପରେ ବାରମ୍ବାର ବାନ୍ତି କରୁଛି କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଉଛି, ତେବେ ନିଜ ଇଚ୍ଛାରେ ଚିକିତ୍ସା ନକରି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ଧ୍ୟାନ ଦିଅନ୍ତୁ- ୧.

ପାଣିର ତାପମାତ୍ରା ଯାଞ୍ଚ କରନ୍ତୁ: ଶିଶୁକୁ ଗାଧୋଇବା ପାଇଁ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ।

ପାଣି ହାଲୁକା ଉଷୁମ ରଖନ୍ତୁ।୨.

କୋଠରିକୁ ଆରାମଦାୟକ ରଖନ୍ତୁ: ଶିଶୁକୁ ଥଣ୍ଡା ନ ଲାଗିବା ପାଇଁ କୋଠରିର ତାପମାତ୍ରା ଉପଯୁକ୍ତ ରଖନ୍ତୁ।

ଗାଧୋଇବା ପରେ ତୁରନ୍ତ ନରମ ତଉଲିଆରେ ଶରୀର ପୋଛି ଶୁଖିଲା ପୋଷାକ ପିନ୍ଧାନ୍ତୁ।୩.

ଶିଶୁକୁ ଏକୁଟିଆ ଛାଡ଼ନ୍ତୁ ନାହିଁ: ଗାଧୋଇବା ସମୟରେ ଶିଶୁକୁ କେବେ ବି ପାଣି ଭିତରେ କିମ୍ବା ବାଥ୍ ଟବ୍ ରେ ଏକୁଟିଆ ଛାଡ଼ନ୍ତୁ ନାହିଁ।

ଅଳ୍ପ ପାଣିରେ ମଧ୍ୟ ଶିଶୁ ପାଇଁ ବିପଦ ହୋଇପାରେ।୪.

ଶିଶୁକୁ ସୁରକ୍ଷିତ ଭାବେ ଧରନ୍ତୁ: ଗାଧୋଇବା ସମୟରେ ଶିଶୁର ମୁଣ୍ଡ ଓ ବେକକୁ ଠିକ୍ ଭାବେ ଧରିରଖନ୍ତୁ ।

ଶିଶୁ ଯେପରି ହାତରୁ ଖସି ନଯାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।

SIR: ଭୋଟର ତାଲିକାରେ ସହିଦ ଭଗତ ସିଂହଙ୍କ ଫଟୋ ନେଇ ପ୍ରଶ୍ନ ଉଠାଇଲେ ସାଂସଦ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।