Ranji Trophy: ରଣଜୀ ବେଳେ ‘ଭାରତ-ଏ’ର ବିଦେଶ ଗସ୍ତ ନେଇ ଭେଙ୍ଗସରକାରଙ୍କ ସମାଲୋଚନା

Oct 12, 2026 - 10:41
Ranji Trophy: ରଣଜୀ ବେଳେ ‘ଭାରତ-ଏ’ର ବିଦେଶ ଗସ୍ତ ନେଇ ଭେଙ୍ଗସରକାରଙ୍କ ସମାଲୋଚନା

"ମୁମ୍ବାଇ: ରଣଜୀ ଟ୍ରଫି ଚାଲିଥିବା ସମୟରେ "ଭାରତ-ଏ" ଦଳକୁ ନ୍ୟୁଜିଲାଣ୍ଡ ଗସ୍ତରେ ପଠାଇବା ନିଷ୍ପତ୍ତିର ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର।

ଏହାଦ୍ୱାରା ଦେଶର ଏହି ପ୍ରମୁଖ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାର ଗୁରୁତ୍ୱ କମୁଥିବା ସେ କହିଛନ୍ତି।Advertisment ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟକରିଥିବା ଭେଙ୍ଗସରକାର କହିଛନ୍ତି, ରଣଜୀ ଟ୍ରଫି ଚାଲିଥିବାବେଳେ ଏଭଳି ଗସ୍ତ ଆୟୋଜନ କରିବା ଅଯୌକ୍ତିକ।

ରଣଜୀ ଟ୍ରଫି ଆୟୋଜନର ଆଉ ମୂଲ୍ୟ କ"ଣ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଘରୋଇ ଋତୁ ବେଳେ ଦେଶର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଖେଳାଳିଙ୍କୁ ବିଦେଶ ଗସ୍ତରେ ପଠାଯିବା ଦ୍ବାରା ରଣଜୀ ଟ୍ରଫିରେ ରନ୍‌ କରୁଥିବା ଓ ୱିକେଟ୍‌ ନେଉଥିବା ଖେଳାଳିଙ୍କ ପ୍ରଦର୍ଶନର ମୂଲ୍ୟ କମିଯାଉଛି।

ବିଦେଶୀ ପରିବେଶ ସହ ଖାପ ଖୁଆଇବା ଲକ୍ଷ୍ୟ ବିଦେଶୀ ପରିବେଶ ସହ ଖାପ ଖୁଆଇବା ଲକ୍ଷ୍ୟ ଥିଲେ ମୁଖ୍ୟ ଦଳକୁ ଆଗୁଆ ପଠାଇବା ଉଚିତ, ଟେଷ୍ଟ ଦଳରେ ଖେଳିବାର ସମ୍ଭାବନା ନଥିବା ଖେଳାଳିଙ୍କୁ ନୁହେଁ ବୋଲି ସେ ମତ ଦେଇଛନ୍ତି।

ଧ୍ରୁବ ଜୁରେଲଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତ-ଏ" ଦଳ ଅକ୍ଟୋବର ୨୪ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଗସ୍ତ କରି ତିନୋଟି ଚାରିଦିନିଆ ମ୍ୟାଚ୍‌ ଖେଳିବ।

Cricket: ତୃତୀୟ ଟି-୨୦ ଜିତିବା ପରେ ଅଧିନାୟକ ଆୟର କହିଲେ ମନର କଥା..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।